ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ଦୁଇ ଯବାନ ଆହତ; ୭୨ ସ୍କୁଲ୍‌ ବନ୍ଦ

Advertisment
ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ଦୁଇ ଯବାନ ଆହତ; ୭୨ ସ୍କୁଲ୍‌ ବନ୍ଦ

Image Courtesy of TOI

ଜମ୍ମୁ: ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିବାରୁ ରାଜୌରି ଏବଂ ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ମଙ୍ଗଳବାର ଦିନ ୭୨ଟି ସ୍କୁଲ୍‌ ବନ୍ଦ ରହିଥିଲା। ଏଥିରେ ଦୁଇ ଜଣ ବିଏସ୍‌ଏଫ୍‌ ଯବାନ ମଧ୍ୟ ଆହତ ହୋଇଛନ୍ତି। ଗତ ତିନି ଦିନ ହେବ ସୀମା ଆରପାରିରୁ ଭୟବହ ଗୁଳିଚାଳନା ଏବଂ ବୋମା ଫିଙ୍ଗା ଚାଲିଛି।

ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି: ପ୍ରାୟ ସକାଳ ୮. ୪୫ ମିନିଟ୍‌ ସମୟରେ ପୁଞ୍ଚ୍‌ର ମେଣ୍ଢାର୍‌ ଏବଂ ରାଜୌରିର ଭିମ୍ବର ଗୈଲି ସେକ୍ଟର୍‌ର ଫର୍‌ଓ୍ଵାର୍ଡ ପୋଷ୍ଟ୍‍ ଏବଂ ସାଧାରଣ ନାଗରିକ ବସବାସ କରୁଥିବା ଅଞ୍ଚଳର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ଥାନ ଭୀଷଣ ବୋମା ପକାଇବା ଏବଂ ଅତର୍କିତ ଗୁଳି ଚାଳନା କରିଛି। ଭାରତୀୟ ସେନା ମଧ୍ୟ ଏହାର ଠିକଣା ଯବାବ ଦେଇଛନ୍ତି। ଗୁଳିଚାନା ବେଳେ ଆହତ ହୋଇ ଥିବା ଦୁଇ ବିଏସ୍‌ଏଫ୍‌ ଯବାନ- ୧୬୩ ବାଟାଲିୟନ୍‌ର ହାଓ ଧନ ଶେଖର ଏବଂ କନେଷ୍ଟବଳ ବଲଓ୍ଵିନ୍ଦରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରାଜୌରି ଡେପୁଟି କମିସନର୍‌ ଡ. ଶାହିଦ ଇକ୍‌ବାଲ ଚୌଧୁରୀ କହନ୍ତି: ରାଜୌରିର ମଞ୍ଜକୋଟ ସେକ୍ଟର୍‌ ଅଞ୍ଚଳର ତର୍କୁଣ୍ଡିଗଳି, ଲାମ୍ବି ବାରି, ଖୋରିନର୍‌, ଧର ଏବଂ ପଞ୍ଚଗ୍ରିଆନ୍‌ ଅଞ୍ଚଳରେ ଭୀଷଣ ବୋମା ପଡ଼ିଛି। ଅସ୍ତ୍ରବିରତି ଉଲ୍ଲଂଘନ ପରେ ପରେ କର୍ତ୍ତୃପକ୍ଷମାନେ ୭୨ଟି ସ୍କୁଲ୍‌ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ସୀମାପାରି ଗୁଳିଚାଳନା ଯୋଗୁଁ ଏହି ତିନୋଟି ଅଞ୍ଚଳର ସ୍କୁଲ୍‌ ପ୍ରଭାବିତ ହୋଇଥିଲା। ଏହା ବ୍ୟତିରେକେ ୨ଟି ପରୀକ୍ଷା କେନ୍ଦ୍ର ମଧ୍ୟ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe