ବାଂଲାଦେଶ ନିଆଁ: ଜୀବନ ବଞ୍ଚାଇବାକୁ ହୋଟେଲର ଚତୁର୍ଥ ମହଲାରୁ ଡେଇଁପଡ଼ିଲେ ଦୁଇ ଭାରତୀୟ

ବାଂଲାଦେଶ ନିଆଁ: ଜୀବନ ବଞ୍ଚାଇବାକୁ ହୋଟେଲର ଚତୁର୍ଥ ମହଲାରୁ ଡେଇଁପଡ଼ିଲେ ଦୁଇ ଭାରତୀୟ

ଢାକା: ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଛାତ୍ର ଆନ୍ଦୋଳନ ‘ଜନ ବିଦ୍ରୋହ’ର ରୂପ ନେଇଛି। ଦଙ୍ଗାକାରୀମାନେ ହିନ୍ଦୁ, ଖ୍ରୀଷ୍ଟିୟାନ, ଆୱାମୀ ଲିଗ୍‌ର ନେତା ଓ କର୍ମୀଙ୍କୁ ଆକ୍ରମଣ କରିବା ସହ ସେମାନଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନରେ ଲୁଟପାଟ ଚଳାଇଛନ୍ତି। ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ଜସୋର ଅଞ୍ଚଳରେ ଅବସ୍ଥିତ ଏକ ହୋଟେଲରେ ନିଆଁ ଲାଗିଯାଇଥିଲା। ସେଠାରେ ରହୁଥିବା ଦୁଇ ଭାରତୀୟ ଯୁବକ ନିଜ ଜୀବନ ବଞ୍ଚାଇବା ପାଇଁ ଚତୁର୍ଥ ମହଲାରୁ ଡେଇଁପଡିଥିଲେ। ଗୁରୁତର ଆହତ ଅବସ୍ଥାରେ ପେଟ୍ରାପୋଲ ସୀମା ପାର ହୋଇ ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପଶ୍ଚିମବଙ୍ଗକୁ ଅଣାଯାଇଥିଲା। ସେମାନଙ୍କୁ କୋଲକାତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆହତଙ୍କ ନାମ ରବିଉଲ ଇସଲାମ ଏବଂ ସହିଦ ଅଲି। ଉଭୟ ଆସାମର ହୋଇଥିବାବେଳେ ସମ୍ପର୍କରେ ଦୁଇ ଭାଇ | ପ୍ରାପ୍ତ ସୂଚନା ଅନୁଯାୟୀ, ରବିଉଲ ବ୍ୟବସାୟ ଉଦ୍ଦେଶ୍ୟରେ ନିୟମିତ ଭାବେ ବାଂଲାଦେଶ ଗସ୍ତ କରନ୍ତି । ଏଥର ମଧ୍ୟ ସେ ତାଙ୍କ ଭାଇ ସହିଦ ଅଲିଙ୍କ ସହ ଜସୋର ଅଞ୍ଚଳର ଏକ ହୋଟେଲର ଦ୍ୱାଦଶ ମହଲାରେ ରହୁଥିଲେ। ଗତ ସୋମବାର ଦିନ କିଛି ଆନ୍ଦୋଳନକାରୀ ହୋଟେଲରେ ନିଆଁ ଲଗାଇ ଦେଇଥିଲେ। ଏଥିରୁ ବର୍ତ୍ତିବା ପାଇଁ ସେମାନେ ଚତୁର୍ଥ ମହଲାରୁ ଡେଇଁପଡିଥିଲେ, ଯେଉଁଥିପାଇଁ ଦୁହେଁ ଗୁରୁତର ଆହତ ହୋଇଥିଲେ। ସହିଦ ଅଲିଙ୍କ ଉଭୟ ଗୋଡ ଭାଙ୍ଗି ଯାଇଛି। ରବିଉଲଙ୍କ ପିଠିରେ ଗଭୀର ଆଘାତ ଲାଗିଛି। ଉଲେଖ ଥାଉ କି ଏହି ହୋଟେଲଟି ହେଉଛି ଆୱାମୀ ଲିଗ୍‌ ନେତା ସାହିନ୍‌ ଚକ୍କାଲଦରଙ୍କ ଜାବିର୍‌ ଇଣ୍ଟରନ୍ୟାସନାଲ୍‌ | ଦୁଇ ଭାଇଙ୍କ ଅବସ୍ଥା ଗୁରୁତର ଥିବାବେଳେ ଏହି ଅଗ୍ନିକାଣ୍ଡରେ ଜଣେ ଇଣ୍ଡୋନେସିଆ ନାଗରିକଙ୍କ ସମେତ ୨୪ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe