ଲକ୍‌ଡାଉନରେ ଭୋକ ଅସମ୍ଭାଳ ହେବାରୁ ସାଇକେଲରେ ନେପାଳରୁ ଫେରୁଥିଲେ ନିଜ ଘରକୁ; ବାଟରେ ଚାଲିଗଲା ଜୀବନ

Advertisment
ଲକ୍‌ଡାଉନରେ ଭୋକ ଅସମ୍ଭାଳ ହେବାରୁ ସାଇକେଲରେ ନେପାଳରୁ ଫେରୁଥିଲେ ନିଜ ଘରକୁ; ବାଟରେ ଚାଲିଗଲା ଜୀବନ

Deccan Herald

କାଠମାଣ୍ଡୁ: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ପାଇଁ ପଡୋଶୀ ନେପାଳରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସେଠାରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ନେପାଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଦୁଇ ଜଣ ଭାରତୀୟ ଲକ୍‌ଡାଉନ୍‌ କାରଣରୁ ଅର୍ଥାଭାବର ସମ୍ମୁଖୀନ ହୋଇ ଦୀର୍ଘଦିନ ଧରି ଭୋକ ଓପାସରେ ରହି ଶେଷରେ ଅନୋନ୍ୟପାୟ ହୋଇ ଗୋଟିଏ ସାଇକେଲରେ ନିଜ ଗାଁକୁ ଫେରୁଥିବା ବେଳେ ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ସେମାନଙ୍କର ଜୀବନ ହରାଇଛନ୍ତି।

ପୁଲିସ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ ବିହାର ମୋତିହାରୀ ଜିଲ୍ଲାର ମୁକେଶ ଗୁପ୍ତା ଓ ସନ୍ତୋଷ ମାହାତୋ ନାମକ ଦୁଇଜଣ ବ୍ୟକ୍ତି ନେପାଳର ଲଳିତପୁର ଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ, ନେପାଳରେ ଲକ୍‌ଡାଉନ ଘୋଷଣା ହୋଇଯିବା ପରେ ସେମାନଙ୍କୁ ଆଉ କାମଧନ୍ଦା ମିଳି ନଥିଲା। ଏଣେ ପାଖରେ ଯାହା କିଛି ବି ସଞ୍ଚିତ ଅର୍ଥ ରହିଥିଲା ସେସବୁ ବି କ୍ରମେ ଶେଷ ହେବାକୁ ଲାଗିଥିଲା। ଅର୍ଥାଭାବ କାରଣରୁ ସେମାନେ ଦୀର୍ଘ ଦୁଇଦିନ ଭୋକ ଓପାସରେ ବିତାଇବା ପରେ ସେମାନେ ସେମାନଙ୍କ ସାଇକେଲରେ ନିଜ ଘରକୁ ଫେରିଯିବାକୁ ମନସ୍ଥ କରିଥିଲେ।

ତେବେ, ସେମାନେ ସାଇକେଲରେ ମୋତିହାରୀ ଅଭିମୁଖେ ଫେରୁଥିବା ବେଳେ କାଠମାଣ୍ଡୁ ଠାରୁ ୩୦ କିଲୋମିଟର ଦୂରବର୍ତ୍ତୀ ଝାକିରଡଡା ନିକଟରେ ଏକ ପାହାଡିଆ ରାସ୍ତାରେ ସେମାନଙ୍କ ସାଇକେଲଟି ଭାରସାମ୍ୟ ହରାଇ ଏକ ୧୫୦ ମିଟରର ଏକ ଗହୀରିଆ ଖାଇ ମଧ୍ୟକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଉଭୟ ମୁକେଶ ଓ ସନ୍ତୋଷଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା କହିଛି ନେପାଳର କାନ୍ତିହାରୀ ପୁଲିସ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe