ଇସ୍ରାଏଲ୍‌ର ୨ ସୂଚନାଦାତାଙ୍କୁ ହତ୍ୟା କ‌ଲେ ଆତଙ୍କବାଦୀ; ଶବ ଘୋଷାରି ନେଇ ବିଜୁଳି ଖୁଣ୍ଟରେ ଝୁଲାଇଲେ ପାଲେଷ୍ଟିନୀୟ ଜନତା

Advertisment
ଇସ୍ରାଏଲ୍‌ର ୨ ସୂଚନାଦାତାଙ୍କୁ ହତ୍ୟା କ‌ଲେ ଆତଙ୍କବାଦୀ; ଶବ ଘୋଷାରି ନେଇ ବିଜୁଳି ଖୁଣ୍ଟରେ ଝୁଲାଇଲେ ପାଲେଷ୍ଟିନୀୟ ଜନତା

Image Courtesy of India Today

ୱେଷ୍ଟ ବ୍ୟାଙ୍କ୍‌: ଶୁକ୍ରବାର ରାତିରେ ପାଲେଷ୍ଟାଇନ୍‌ର ୱେଷ୍ଟ୍‌ ବ୍ୟାଙ୍କ୍‌ରେ ଥିବା ଏକ ଶରଣାର୍ଥୀ ଶିବିରରେ ପାଲେଷ୍ଟିନୀୟ ଆତଙ୍କବାଦୀମାନେ ଇସ୍ରାଏଲ୍‌ ସୂଚନାଦାତା ବୋଲି କହି ୨ଜଣ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ‘ଦି ଆସୋସିଏଟେଡ୍‌ ପ୍ରେସ୍‌’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସେ ଦୁଇଜଣଙ୍କ ଶବକୁ ଉତ୍ତ୍ୟକ୍ତ ପାଲେଷ୍ଟିନୀୟ ଜନତା ଗୋଇଠା ମାରି ଘୋଷାର ଘୋଷାରି ନେଇ ଗୋଟାଏ ବିଜୁଳି ଖୁଣ୍ଟରେ ଝୁଲାଇ ଦେଇଛନ୍ତି।

ନଭେମ୍ବର ୬ ତାରିଖ ଦନି ସେ ୨ ପାଲେଷ୍ଟିନୀୟ ନାଗରିକ ତୁଲକାରେମ୍‌ ଶରଣାର୍ଥୀ ଶିବିରରେ ଇସ୍ରାଏଲୀ ସୁରକ୍ଷା ବଳଙ୍କୁ ସହଯୋଗ କରୁଥିଲେ ବୋଲି ଉକ୍ତ ଆଞ୍ଚଳିକ ଆତଙ୍କବାଦୀ ସଙ୍ଗଠନ କହିଛି।

publive-image Image Courtesy of Arab News PK

‘ଦି ଟାଇମ୍‌ସ୍‌ ଅଫ୍‌ ଇଜ୍ରାଏଲ୍‌’ ରିପୋର୍ଟ କରିଛି ଯେ, ମୃତ ବ୍ୟକ୍ତିମାନେ ହେଉଛନ୍ତି ୩୧ ବର୍ଷିୟ ହାମ୍‌ଜା ମୁବାରକ୍‌ ଓ ୨୯ ବର୍ଷିୟ ଆଜାମ୍‌ ଜୁଆବ୍ରା।

ସେମାନଙ୍କର ମୁଣ୍ଡକାଟ କରାଯିବା ଓ ଜନତାଠାରୁ ଗାଳି ଶୁଣିବାର ଏକାଧିକ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରାଯାଇଛି। ସେଥିରୁ ଗୋଟିଏ ଭିଡିଓରେ ସେମାନେ ‘ଇସ୍ରାଏଲ୍‌ ଡିଫେନ୍‌ସ୍‌ ଫୋର୍ସ’ ପାଇଁ କାମ କରୁଥିବା ସ୍ବୀକାର କରିଛନ୍ତି।

ଇସ୍ରାଏଲ୍‌ସ୍ଥିତ ‘ଆଇ୨୪ ନିଉଜ୍‌’ ନାମରେ ଏକ ଚାନେଲ୍‌ ‘ରେଜିଷ୍ଟାନ୍‌ସ୍‌ ସିକ୍ୟୁରିଟି’ ନାମରେ ଏକ ସଙ୍ଗଠନ କହିଥିବା ବକ୍ତବ୍ୟକୁ ଉଦ୍ଧୃତ କରିଛି। ସେଥିରେ ‘ରେଜିଷ୍ଟାନ୍‌ସ୍‌ ସିକ୍ୟୁରିଟି’ କହୁଛି, ଆମେ ଆପଣମାନଙ୍କୁ ଜଣାଇ ଦେବାକୁ ଚାହୁଁ ଯେ, କୌଣସି ସୂଚନାଦାତା ଅଥବା ବିଶ୍ବାସଘାତକଙ୍କୁ ରୋକିବାର ଉପାୟ ନାହିଁ। ତେଣୁ, ଆମ ସଦସ୍ୟମାନଙ୍କ ମୃତ୍ୟୁ ଘଟଣାରେ ଯେଉଁମାନେ ସଂଶ୍ଳିଷ୍ଟ ବୋଲି ପ୍ରମାଣିତ ହେବେ ଆମେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହିତ ମୃତ୍ୟୁଦଣ୍ଡ ଦେବୁ।

କିନ୍ତୁ, ଦୁଇଜଣଙ୍କୁ ହତ୍ୟା କରାଯିବା ପ୍ରସଙ୍ଗରେ ହମାସ୍‌ ଅଥବା ‘ଇସ୍ରାଏଲ୍‌ ଡିଫେନ୍‌ସ୍‌ ଫୋର୍ସ’ କୌଣସି ଔପଚାରିକ ବିବୃତି ଜାରି କରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe