ପୁଲିସ୍‌ର ଲୁହବୁହା ଗ୍ୟାସ୍‌ ପ୍ର‌ୟୋଗରେ ବୃଦ୍ଧ କୃଷକଙ୍କ ସମେତ ୨ ଆହତ

ହରିଆଣା-ପଞ୍ଜାବ ସୀମାରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ପୁଲିସ୍‌ ଅଟକାଇଛି। କୃଷକ ଓ ପୁଲିସ୍‌ ମୁହାଁମୁହିଁ ଫଳରେ ୨ ଜଣ କୃଷକ ଆହତ ହୋଇଛନ୍ତି। ତେବେ ଆସନ୍ତାକାଲି ପୁଣି ଥରେ ସୀମାକୁ ଆସି ଆନ୍ଦୋଳନ କରିବେ ବୋଲି କୃଷକମାନେ କହିଛନ୍ତି।

 The Daily Guardian

ନୂଆଦିଲ୍ଲୀ: ହରିଆଣା-ପଞ୍ଜାବ ସୀମାରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ପୁଲିସ୍‌ ଅଟକାଇଛି। ଏହାପରେ କୃଷକମାନେ  ପଛକୁ ହଟିଛନ୍ତି। ତେବେ ଆସନ୍ତାକାଲି ପୁଣି ଥରେ ସୀମାକୁ ଆସି ଆନ୍ଦୋଳନ କରିବେ ବୋଲି କୃଷକମାନେ କହିଛନ୍ତି। କୃଷକ ଓ ପୁଲିସ୍‌ ମୁହାଁମୁହିଁ ଫଳରେ ୨ ଜଣ କୃଷକ ଆହତ ହୋଇଛନ୍ତି। 

ଥିବା ଶମ୍ଭୁ ଠାରେ ଏକତ୍ରିତ ହୋଇଥିବା କୃଷକମାନଙ୍କ ଉପରେ ପୁଲିସ୍‌ ଲୁହବୁହା ଗ୍ୟାସ ଗୁଳି ଚଳାଇଥିଲା। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ୪୪ ନମ୍ବର ଜାତୀୟ ରାଜପଥରେ କୃଷକମାନେ ବ୍ୟାରିକେଡରେ ବିଶୃଙ୍ଖଳିତ ଦୃଶ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ପୁଲିସ୍‌ର ଲୁହବୁହା ଗ୍ୟାସ୍‌ରେ ବିକ୍ଷୋଭରେ ସାମିଲ୍‌ ହୋଇଥିବା ଜଣେ ବୃଦ୍ଧ କୃଷକ ଆହତ ହୋଇଥିବା ଦେଖିବାକୁ ମିଳିଛି। 

ଅନ୍ୟପକ୍ଷରେ କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଶମ୍ଭୁ ସୀମା ନିକଟବର୍ତ୍ତୀ ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ହରିୟାଣା ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ କିଛି କୃଷକ ସଂଗଠନ ଦ୍ୱାରା ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଡାକରା ଦିଆଯାଇଥିବାରୁ ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ ହେବା ସହ ଶାନ୍ତି ଭଙ୍ଗ ହେବାର ସମ୍ଭାବନା ରହିଛି।

ସେପଟେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ସରକାରଙ୍କ ଏମଏସପି ଆଶ୍ବାସନକୁ ଦୋହରାଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ।  ମୁଁ ଆପଣଙ୍କ ଜରିଆରେ ଗୃହକୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଚାଷୀଙ୍କ ସମସ୍ତ ଉତ୍ପାଦ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣାଯିବ। ଏହା ହେଉଛି ମୋଦୀ ସରକାର ଏବଂ ଏହା ମୋଦିଙ୍କ ଗ୍ୟାରେଣ୍ଟି ପୂରଣ କରିବାର ଗ୍ୟାରେଣ୍ଟି ବୋଲି ଚୌହାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe