ଇସ୍ରାଏଲୀ ଆକ୍ରମଣରେ ୨ ଇରାନୀ ସୈନ୍ୟ ମୃତ

ଶନିବାର ଭୋର ସମୟରେ ଇରାନ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଇରାନର ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯାଇଛି । ଇସ୍ରାଏଲର ଏହି ଏୟାର ଷ୍ଟ୍ରାଇକ୍ ରେ ଦୁଇ ଜଣ ସୈନିକ ଙ୍କ ମୃତ୍ୟୁ ହୋଇଥିବା ଇରାନ ସେନା ପକ୍ଷରୁ କୁହାଯାଇଛି ।

ଅଦ୍ୟତନ ହୋଇଛି
iran

ତେହେରାନ : ଗତ ଅକ୍ଟୋବର ୧ରେ ଇସ୍ରାଏଲ ଉପରେ ଇରାନ କରିଥିବା କ୍ଷେପଣାସ୍ତ୍ର ଆକ୍ରମଣର ଜବାବରେ ଶନିବାର ଭୋର ସମୟରେ ଇରାନ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଇରାନର ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯାଇଛି । ଇସ୍ରାଏଲର ଏହି ଏୟାର ଷ୍ଟ୍ରାଇକ୍ ରେ ଦୁଇ ଜଣ ସୈନିକ ଙ୍କ ମୃତ୍ୟୁ ହୋଇଥିବା ଇରାନ ସେନା ପକ୍ଷରୁ କୁହାଯାଇଛି । ଏହା ଫଳରେ ମଧ୍ୟପୂର୍ବ ଆଉ ଏକ ବଡ଼ ଯୁଦ୍ଧ ଆଡ଼କୁ ମୁହାଁଉଥିବା ଆଶଙ୍କା ସୃଷ୍ଟି ହୋଇଛି । 

ତେବେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଶନିବାର ଇରାନର ଅନେକ ସାମରିକ ଟାର୍ଗେଟ ଉପରେ 'ପ୍ରିସିସନ୍ ଆଣ୍ଡ ଟାର୍ଗେଟେଡ୍ ଷ୍ଟ୍ରାଇକ୍'ର ସଫଳ ସମାପ୍ତି ଘୋଷଣା କରିଛି। ଏହା ସହ ତେହେରାନକୁ ଚେତାବନୀ ଦେଇ କହିଛି ଯେ ଯଦି ସେ ଉତ୍ତେଜନା ବଢ଼ାଇବାର ଭୁଲ କରେ ତେବେ ଏହାର ଜବାବ ଦିଆଯିବ ।

ସେପଟେ ଇରାନର ବୈଦେଶିକ ମନ୍ତ୍ରଣାଳୟ  ଏକ ବିବୃତିରେ କହିଛି ଯେ ବିଦେଶୀ ଆକ୍ରମଣରୁ ନିଜକୁ ରକ୍ଷା କରିବାପାଇଁ ଇରାନର ଅଧିକାର ରହିଛି । ନିକଟରେ ହୋଇଥିବା ଇସ୍ରାଏଲ ଆକ୍ରମଣ ପରେ ଏହି ପ୍ରତିକ୍ରିୟା ପ୍ରକାଶ ପାଇଛି, ଯେଉଁଥିରେ ତେହେରାନ ନିଜର ସାର୍ବଭୌମତ୍ୱ ଉପରେ କୌଣସି ଆକ୍ରମଣର କଡ଼ା ଜବାବ ଦେବାକୁ ଧମକ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe