ତୃତୀୟ ସାଥୀକୁ ଖୋଜିବା ପାଇଁ ଦିଲ୍ଲୀରୁ ଗିରଫ ହୋଇଥିବା ୨ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ୫ଦିନିଆ ରିମାଣ୍ଡରେ ନେଲା ପୁଲିସ

ତୃତୀୟ ସାଥୀକୁ ଖୋଜିବା ପାଇଁ ଦିଲ୍ଲୀରୁ ଗିରଫ ହୋଇଥିବା ୨ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ୫ଦିନିଆ ରିମାଣ୍ଡରେ ନେଲା ପୁଲିସ

indiatoday

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଦୁଇ ଜଣ ସଂଦିଗ୍ଧ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ନଭେମ୍ବର ୧୬ ରାତିରେ ଦିଲ୍ଲୀଠା‌ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ପୁଲିସ୍‌ର ସ୍ବତନ୍ତ୍ର ସେଲ୍‌ ଏହି ଦୁଇ ଜଣଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିବା ବେଳେ ଦୁହିଁଙ୍କୁ ୫ଦିନିଆ ରିମାଣ୍ଡାରେ ପଠାଇଛନ୍ତି ଅଦାଲତ।

ଦୁହିଁଙ୍କୁ ହାଜର କରାଇବା ସହ ପୁଲିସ ଅଦାଲତଙ୍କୁ କହିଥିଲା ଯେ, ଦୁଇ ସନ୍ଦିଗ୍ଧ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କ ଫୋନ୍ ତଥ୍ୟକୁ ଦିଲ୍ଲୀରେ ଥିବା ସେମାନଙ୍କ ତୃତୀୟ ସାଥୀଙ୍କୁ ଖୋଜିବା ପାଇଁ ବିଶ୍ଳେଷଣ କରାଯାଉଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ସମୟ ଦରକାର ବୋଲି କହିବା ପରେ ଅଦାଲତ ଦୁଇ ଆତଙ୍କବାଦୀଙ୍କୁ ୫ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଜମ୍ମୁ-କଶ୍ମୀରର ସାନୁଲ୍ଲା ମିରଙ୍କ ପୁଅ ଅବଦୁଲ ଲତିଫ ମିର୍‌ ଓ ବସିର ଅହମ୍ମଦଙ୍କ ପୁଅ ମହମ୍ମଦ ଅସରଫ ଖତାନା। ସାନୁଲ୍ଲା ମିର୍‌ଙ୍କୁ୨୨ ବର୍ଷ ବୟସ ହୋଇଥିବା ବେଳେ ଅସରଫ ଖତାନାଙ୍କୁ ୨୦ ବର୍ଷ ବୟସ। ସୂଚନାନୁସାରେ, ନଭେମ୍ବର ୧୬ ରାତି ପ୍ରାୟ ୧୦.୧୫ ସମୟରେ ସରାୟ କାଲେ ଖାଁରେ ଥିବା ମିଲେନିୟମ୍‌ ନିକଟରେ ଜମ୍ମୁ-କଶ୍ମୀରର ଏହି ଦୁଇ ଜଣଙ୍କୁ ୨ ସେମି ସ୍ବୟଂଚାଳିତ ପିସ୍ତଲ ଓ ୧୦ ଲାଇଭ କାର୍ଟ୍ରିଜ ସହିତ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe