ହତ୍ୟା ପାଇଁ ୟୁଏଇରେ ୨ କେରଳ ବାସିନ୍ଦାଙ୍କୁ ଫାଶୀ: ପରିବାର ସଦସ୍ୟଙ୍କୁ ଅବଗତ କଲେ କେନ୍ଦ୍ର ସରକାର

Advertisment

ଦୁବାଇରେ ୨ଟି ପୃଥକ୍‌ ହତ୍ୟା‌ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡାଦେଶ ପାଇଥିବା ୨ ଜଣ ଭାରତୀୟ ନାଗରିକଙ୍କୁ ଫାଶୀ ହୋଇସାରିଛି। ଉକ୍ତ ୨ ଭାରତୀୟ ନାଗରିକ ହେଉଛନ୍ତି କେରଳର ଏବଂ ସେମାନେ ହେଲେ ମହମ୍ମଦ ରିନାଶ ଅରଙ୍ଗିଲୋଟ୍ଟୁ ଏବଂ ମୁରଲୀଧରନ ପେରୁମଥଟ୍ଟା ବଲାପ୍ପିଲ।

ଦୁବାଇରେ ୨ଟି ପୃଥକ୍‌ ହତ୍ୟା‌ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡାଦେଶ ପାଇଥିବା ୨ ଜଣ ଭାରତୀୟ ନାଗରିକଙ୍କୁ ଫାଶୀ ହୋଇସାରିଛି। ଉକ୍ତ ୨ ଭାରତୀୟ ନାଗରିକ ହେଉଛନ୍ତି କେରଳର ଏବଂ ସେମାନେ ହେଲେ ମହମ୍ମଦ ରିନାଶ ଅରଙ୍ଗିଲୋଟ୍ଟୁ ଏବଂ ମୁରଲୀଧରନ ପେରୁମଥଟ୍ଟା ବଲାପ୍ପିଲ।

fdffdcvcvf

ନୂଆଦିଲ୍ଲୀ: ଦୁବାଇରେ ୨ଟି ପୃଥକ୍‌ ହତ୍ୟା‌ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡାଦେଶ ପାଇଥିବା ୨ ଜଣ ଭାରତୀୟ ନାଗରିକଙ୍କୁ ଫାଶୀ ହୋଇସାରିଛି। ଉକ୍ତ ୨ ଭାରତୀୟ ନାଗରିକ ହେଉଛନ୍ତି କେରଳର ଏବଂ ସେମାନେ ହେଲେ ମହମ୍ମଦ ରିନାଶ ଅରଙ୍ଗିଲୋଟ୍ଟୁ ଏବଂ ମୁରଲୀଧରନ ପେରୁମଥଟ୍ଟା ବଲାପ୍ପିଲ।  ବିଦେଶ ବ୍ୟାପାର ମନ୍ତ୍ରାଳୟ ଆଜି ଏନେଇ ସ୍ପଷ୍ଟ କରିଛି। ଏମ୍‌ଇଏ କହିଛି, ଉକ୍ତ ୨ ନାଗରିକଙ୍କ ମୃତ୍ୟୁଦଣ୍ଡାଦେଶକୁ ୟୁଏଇର ସର୍ବୋଚ୍ଚ ଅଦାଲତ କାଏମ ରଖିବା ଫଳରେ ସେମାନଙ୍କୁ ଫାଶୀ ହୋଇଛି। ମହମ୍ମଦ ରିନାଶଙ୍କୁ ଏମିରେଟ୍‌ ନାଗରିକଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ମୁରଲୀଧରନଙ୍କୁ ଜଣେ ଭାରତୀୟଙ୍କୁ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ କରାଯାଇଥିଲା।  

ୟୁଏଇ ଫେବ୍ରୁଆରି ୨୮ ତାରିଖରେ ଭାରତୀୟ ଦୂତାବାସକୁ ଏନେଇ ସୂଚନା ଦେଇଥିଲା। ଏମ୍‌ଇଏ କହିଛି ଭାରତୀୟ ଦୂତାବାସ ଉକ୍ତ ୨ ଭାରତୀୟ ନାଗରିକଙ୍କୁ ସମସ୍ତ ପ୍ରକାର ଦୂତାବାସ ସହାୟତା ପ୍ରଦାନ କରିଥିଲା।  ୨ ନାଗରିକଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଛି ଏବଂ ସେମାନଙ୍କ ଅନ୍ତିମ ସଂସ୍କାରରେ ପରିବାର ସଦସ୍ୟଙ୍କ ଅଂଶଗ୍ରହଣ ପାଇଁ ଦୂତାବାସ ପକ୍ଷରୁ ସହଯୋଗ କରାଯାଇଥିବା ମନ୍ତ୍ର‌ାଳୟ କହିଛି। ଉଲ୍ଳେଖଯୋଗ୍ୟ, ମୁରଲୀଧରନ ୨୦୦୯ରୁ ଜେଲ୍‌ରେ ଥିବାବେଳେ ରିନାଶ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିଷୟରେ କିଛି ଜଣାପଡ଼ିନି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe