ବେଙ୍ଗାଲୁରୁର ରମେଶ୍ୱରମ୍ କାଫେ ବିସ୍ଫୋରଣର ଦୁଇ ପ୍ରମୁଖ ଅଭିଯୁକ୍ତ ଆଜି କୋର୍ଟରେ ହାଜର ହେବେ

Advertisment
ବେଙ୍ଗାଲୁରୁର ରମେଶ୍ୱରମ୍ କାଫେ ବିସ୍ଫୋରଣର ଦୁଇ ପ୍ରମୁଖ ଅଭିଯୁକ୍ତ ଆଜି କୋର୍ଟରେ ହାଜର ହେବେ

ନୂଆଦିଲ୍ଲୀ: ଗତକାଲି ପଶ୍ଚିମବଙ୍ଗରେ ଗିରଫ ହୋଇଥିବା ବେଙ୍ଗାଲୁରୁର ରମେଶ୍ୱରମ୍ କାଫେ ବିସ୍ଫୋରଣର ଦୁଇ ପ୍ରମୁଖ ଅଭିଯୁକ୍ତ ଆଜି ବେଙ୍ଗାଲୁରୁ କୋର୍ଟରେ ହାଜର ହେବେ। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦ୍ୱାରା ଗିରଫ ହେବା ପରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଅଭିଯୁକ୍ତ ଆବଦୁଲ ମାଥିନ ଅହମ୍ମଦ ତାହା ଏବଂ ମୁସାଭିର ହୁସେନ୍ ଶାଜିବଙ୍କୁ ବେଙ୍ଗାଲୁରୁକୁ ଅଣାଯାଇଥିଲା।

କର୍ଣ୍ଣାଟକ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶର ୧୮ଟି ସ୍ଥାନରେ ଅଧିକାରୀମାନେ ଖୋଜାଖୋଜି କରିବା ପରେ ଶାଜିବ ଏବଂ ତାହାଙ୍କୁ କୋଲକାତା ଠାରୁ ୧୮୦ କିଲୋମିଟର ଦୂରରେ ଥିବା ଏକ ଛୋଟ ସହର କାନ୍ଥିରେ ଚିହ୍ନଟ କରାଯିବା ପରେ ଧରାଯାଇଥିଲା।

ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହୋଇଥିବା ବେଳେ ଅନ୍ୟ ଜଣେ ବୋମା ବିସ୍ଫୋରଣକାରୀ ବୋଲି ପୁଲିସ୍‌ ସୂଚନା ଦେଇଛି। ମାର୍ଚ୍ଚ ୧ ତାରିଖରେ ହୋଇଥିବା ଏହି ବିସ୍ଫୋରଣରେ ଅନେକ ଗ୍ରାହକ ଓ ହୋଟେଲ କର୍ମଚାରୀ ଆହତ ହୋଇଥିଲେ, ଯେଉଁଥିରେ ଲୋକପ୍ରିୟ କାଫେର ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଥିଲା।

ତେବେ ଏହି ମାମଲାରେ ଚିହ୍ନଟ ହୋଇଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଲଜିଷ୍ଟିକ୍ ସହାୟତା ଦେଇଥିବା ମୁଜାମ୍ମିଲ ସରିଫକୁ ଏନ୍‌ଆଇଏ ଟିମ୍ କର୍ଣ୍ଣାଟକର ୧୨ଟି, ତାମିଲନାଡୁର ୫ଟି ଓ ଉତ୍ତରପ୍ରଦେଶର ଗୋଟିଏ ସ୍ଥାନରେ ଚଢ଼ଉ କରିବା ପରେ ଗିରଫ କରିଥିଲା। ଏହାସହ ମାର୍ଚ୍ଚ ୩ ତାରିଖରେ ତଦନ୍ତ ଦାୟିତ୍ୱ ନେଇଥିବା ଏନ୍‌ଆଇଏ ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ମୁସାବୀର ସାଜିବ ହୁସେନକୁ ଚିହ୍ନଟ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe