ଡାକ୍ତରଖାନା ବାହାରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ; ୨ ଜଣଙ୍କର ମୃତ୍ୟୁ

ଡାକ୍ତରଖାନା ବାହାରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ; ୨ ଜଣଙ୍କର ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଚନ୍ଦାଉଲି ଜିଲ୍ଲାର ଏକ ଘରୋଇ ଡାକ୍ତରଖାନା ବାହାରେ ଶୁକ୍ରବାର ମଧ୍ୟାହ୍ନରେ ଏକ ଅକ୍ସିଜେନ୍‌ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ରିପୋର୍ଟରୁ ପ୍ରକାଶ, ଏକ ଟ୍ରକରୁ ଅକ୍ସିଜେନ୍‌ (ଅମ୍ଳଜାନ) ସିଲିଣ୍ଡର ଅନଲୋଡ୍‌ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା।

ଡାକ୍ତରଖାନା ବାହାରେ ପାର୍କିଂ ହୋଇଥିବା ଏକ ଟ୍ରକରୁ ଅମ୍ଳଜାନ ସିଲିଣ୍ଡର ଅନଲୋଡ୍‌ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଦୁର୍ଘଟଣାରେ ସେହି ବାଟ ଦେଇ ଅତିକ୍ରମ କରୁଥିବା ଜଣେ ଟ୍ରାକ୍ଟର ଡ୍ରାଇଭର ଏବଂ ସିଲିଣ୍ଡର ଅନଲୋଡ୍‌ କରୁଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ଅକ୍ସିଜେନ୍‌ ସିଲିଣ୍ଡର ଅନଲୋଡ୍‌ କରୁଥିବା ବ୍ୟକ୍ତିଙ୍କୁ ଟ୍ରାକ୍ଟର ଧକ୍କା ଦେବା ପରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏହି ବିସ୍ଫୋରଣ ଯୋଗୁଁ ଆଖପାଖ ଘରର କାଚ ଘରକା ସବୁ ଭାଙ୍ଗି ଯାଇଥିଲା। ଏସଂପର୍କରେ ଅଧିକ ଅନୁସନ୍ଧାନ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe