Image Courtesy of Zee News
ନୂଆଦିଲ୍ଲୀ: ପିଲାଙ୍କ ସମେତ ୟୁକ୍ରେନ୍ରୁ କେତେକ ଲୋକଙ୍କୁ ରୁଷ୍କୁ ସ୍ଥାନାନ୍ତରଣ କରିଛି ବୋଲି ରୁଷ୍ କହୁଥିବା ବେଳେ ପ୍ରାୟ ୨ ଲକ୍ଷ ପିଲାଙ୍କୁ ବଳପୂର୍ବକ ରୁଷ୍କୁ ନିଆଯାଇଥିବା କଥା ଏକ ରିପୋର୍ଟରେ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଟୁଇଟ୍ କରି ‘ଦି କିବ୍ ଇଣ୍ଡିପେଣ୍ଡେଣ୍ଟ୍’ କହିଛି, ୨୦୦,୦୦୦ ପିଲାଙ୍କ ସମେତ ରୁଷ୍ ବଳପୂର୍ବକ ୧.୧ ନିୟୁତ ୟୁକ୍ରେନୀୟଙ୍କୁ ରୁଷ୍କୁ ନେଇଛି। ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଫେବ୍ରୁଆରି ୨୪ ତାରିଖଠାରୁ ୧୯୬,୩୫୬ ପିଲାଙ୍କ ସମେତ ରୁଷ୍ ଅଧିକୃତ ଡୋନ୍ବାସ୍ରୁ ୧,୦୯୨,୧୩୭ ୟୁକ୍ରେନୀୟଙ୍କୁ ବଳପୂର୍ବକ ରୁଷ୍ ନିଆଯାଇଛି।
ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, କିବ୍ର ସରକାରୀ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରା ନ ଯାଇ ସୋମବାର ଦିନ ୧,୮୪୭ ପିଲାଙ୍କ ସମେତ ୧୧,୫୦୦ରୁ ଅଧିକ ବ୍ୟକ୍ତିଙ୍କୁ ୟୁକ୍ରେନ୍ରୁ ରୁଷ୍କୁ ନିଆଯାଇଛି।
Image Courtesy of The Guardianଉପରୋକ୍ତ ଜନସ୍ଥାନାନ୍ତରଣରେ ୟୁକ୍ରେନ୍ରୁ ବିଚ୍ଛିନ୍ନ ହୋଇ ଯାଇଥିବା ରୁଷ୍ ସମର୍ଥିତ ତଥାକଥିତ ଡୋନେତସ୍କ୍ ଏବଂ ଲୁହାନ୍ସ୍କା ଜନତାଙ୍କ ସାଧାରଣତନ୍ତ୍ରର ଜନତା ଅଛନ୍ତି। ୨୪ ଫେବ୍ରୁଆରିରେ ଆକ୍ରମଣ ଆରମ୍ଭ କରିବା ପୂର୍ବରୁ ରୁଷ୍ ଉପରୋକ୍ତ ବିଚ୍ଛିନ୍ନାଞ୍ଚଳକୁ ସ୍ବାଧୀନ ରାଷ୍ଟ୍ର ବୋଲି ଘୋଷଣା କରିଥିଲା।
ଜନସାଧାରଣଙ୍କ ଅନୁରୋଧ ରକ୍ଷା କରି ସ୍ଥାନାନ୍ତରଣ କରାଯାଇଛି ବୋଲି ରୁଷ୍ କହୁଥିବା ବେଳେ ୟୁକ୍ରେନ୍ କହିଛି ଯେ, ଯୁଦ୍ଧ ପ୍ରାରମ୍ଭରୁ ମସ୍କୋ ବଳପୂର୍ବକ ହଜାର ହଜାର ଜନତାଙ୍କୁ ରୁଷ୍କୁ ନେଇଯାଉଛି।
ୟୁକ୍ରେନ୍ ଆକ୍ରମଣକୁ ମସ୍କୋ ‘ସ୍ବତନ୍ତ୍ର ଅଭିଯାନ’ ଆଖ୍ୟା ଦେବା ସହ ୟୁକ୍ରେନ୍କୁ ନାଜି ପ୍ରଭାବରୁ ମୁକ୍ତ କରିବାକୁ ଉଦ୍ୟମ ବୋଲି କହୁଛି।
Follow Us