ଗର୍ଭବତୀଙ୍କ ମୃତ୍ୟୁ ମାମଲାରେ ୨ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ

Advertisment
କନ୍ୟାଶ୍ରମରେ ବିଷାକ୍ତ ଖାଦ୍ୟ ଯୋଗୁଁ ନାବାଳିକାଙ୍କ ମୃତ୍ୟୁ ଘଟଣା: ଗଣଶିକ୍ଷା ପ୍ରମୁଖ ସଚିବ, ଜିଲ୍ଲାପାଳଙ୍କ ଠାରୁ ଏଟିଆର୍‌ ତଲବ

Image Courtesy of Ipleaders Blog

ନୂଆଦିଲ୍ଲୀ : ଆମ୍ବୁଲାନ୍ସରେ ପେଟ୍ରୋଲ ଶେଷ ହେବା ଯୋଗୁ ଗର୍ଭବତୀଙ୍କ ମୃତ୍ୟୁ ମାମଲାରେ ପୀଡ଼ିତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୟୂରଭଞ୍ଜ ଜିଲ୍ଲା ହାନିଦା ଗ୍ରାମର ଗର୍ଭବତୀ ତୁଳସୀ ମୁଣ୍ଡାଙ୍କୁ ବାଙ୍ଗିରପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଏହା ପରେ ତାଙ୍କୁ ଆମ୍ବୁଲାନ୍ସରେ ନିଆଯାଇଥିଲା। ବାଟରେ ଆମ୍ବୁଲାନ୍ସର ପେଟ୍ରୋଲ ଶେଷ ହେବା ଯୋଗୁ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ପିଟିସନ୍‌ ଦାଖଲ କରାଯାଇଥିଲା। ଆବେଦନକାରୀଙ୍କ ପିଟିସନ୍‌କୁ ବିଚାରକୁ ନେଇ ଆୟୋଗ ପୀଡ଼ିତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ସହିତ ଏହାର ଅନୁପାଳନ ପ୍ରମାଣକୁ ଆଠ ସପ୍ତାହ‌ ମଧ୍ୟରେ ଦାଖଲ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe