ଆମେରିକାର ଆଧୁନିକ ଦସ୍ୟୁଗିରି, ଦୁଇ ଲକ୍ଷ ମାସ୍କ୍ ହଡ଼ପ

Advertisment
ଆମେରିକାର ଆଧୁନିକ ଦସ୍ୟୁଗିରି, ଦୁଇ ଲକ୍ଷ ମାସ୍କ୍ ହଡ଼ପ

The Drive

ବର୍ଲିନ୍(ଜର୍ମାନୀ): କୋଭିଡ୍–୧୯ ସଂକ୍ରମଣ ଦାଉରୁ ନିଜକୁ ଦୂରେଇ ରଖିବା ପାଇଁ ପ୍ରାଥମିକ ଅମୋଘ ଉପକରଣ ଭାବେ ସମ୍ପ୍ରତି ସର୍ଜିକାଲ୍ ମାସ୍କ୍‌ର ଚାହିଦା ହିଁ ସର୍ବାଧିକ ରହିଛିା କରୋନାର କରାଳ କାୟାକୁ ଆଡ଼ କରିବା ପାଇଁ ବର୍ତ୍ତମାନ ସ୍ବାସ୍ଥ୍ୟକର୍ମୀଙ୍କ ଠାରୁ ଆରମ୍ଭ କରି ସୁରକ୍ଷା କର୍ମୀ ଏବଂ ସାଧାରଣ ଜନତା ହିଁ ମୁହଁରେ ନିୟମିତ ମାସ୍କ ବ୍ୟବହାରକୁ ପ୍ରାଥମିକତା ଦେଉଛନ୍ତିା ଫଳସ୍ବରୂପ ବିଶ୍ବବ୍ୟାପୀ ଏହି ମାସ୍କର ଅହେତୁକ ଅଭାବ ପରିଲକ୍ଷିତ ହେଉଛିା ଖୁବ୍ କମ୍ ସମୟ ମଧ୍ୟରେ ବିଭିନ୍ନ ଦେଶରେ ଆବଶ୍ୟକତା ଅନୁଯାୟୀ ମାସ୍କ ପ୍ରସ୍ତୁତି ହୋଇପାରୁନଥିବାରୁ ଏଭଳି ସ୍ଥିତି ଉପୁଜିଛିା ଏପରିକି ଆମେରିକା ପରି ଅତ୍ୟୁନ୍ନତ ରାଷ୍ଟ୍ର ମଧ୍ୟ ଦେଶବାସୀଙ୍କ ମାସ୍କ ଚାହିଦା ପୂରଣ କରିବାରେ ବ୍ୟର୍ଥ ହୋଇଛିା ତେବେ ନିଜର ସ୍ବାର୍ଥ ପାଇଁ ଆମେରିକାର ସଦ୍ୟ ସଂଘଟିତ ଏକ କୁତ୍ସିତ ବ୍ୟାବସାୟିକ କାରନାମା ଟ୍ରମ୍ପ ପ୍ରଶାସନକୁ ବିଶ୍ବ ଦରବାରରେ ନିନ୍ଦିତ କରିଛିା ଜର୍ମାନ ପୁଲିସ୍‌ ପାଇଁ ଆସୁଥିବା ଚୀନ୍ କମ୍ପାନୀ ପ୍ରସ୍ତୁତ ୨ ଲକ୍ଷ ପାଖାପାଖି ମାସ୍କକୁ ଆମେରିକା କୁଟିଳ ପ୍ରକ୍ରିୟାରେ ଥାଇଲାଣ୍ତରୁ ହଡ଼ପ କରିନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛିା

ସୂଚନାଥାଉ କି, ଆମେରିକୀୟ ବିତରଣ କମ୍ପାନି ୩ଏମ୍ ପାଇଁ ଚୀନ୍‌ ଏକ ମାସ୍କ ପ୍ରସ୍ତୁତକାରୀ ସଂସ୍ଥା ଉତ୍କୃଷ୍ଟ ଧରଣର ଏନ୍୯୫ ବ୍ରାଣ୍ତ୍ର ମାସ୍କ ତିଆରି କରୁଛିା ଜର୍ମାନ ସରକାର ଦେଶର ପୁଲିସ୍‌ କର୍ମୀଙ୍କ ପାଇଁ ୨ ଲକ୍ଷ ସଂଖ୍ୟକ ଏହି ଧରଣର ମାସ୍କ ବରାଦ କରିଥିଲୋ ଏପରିକି ଔପଚାରିକ ଟେଣ୍ତର ପ୍ରକ୍ରିୟା ପରେ ଆବଶ୍ୟକ ମାସ୍କ ମଧ୍ୟ ବିମାନରେ ଆସୁଥିଲାା ମାତ୍ର ଥାଇଲ୍ୟାଣ୍ତରେ ତାହା ବୋଝେଇ ବେଳେ ଜର୍ମାନୀ ଯିବା ପରିବେର୍ତ୍ତ ଆମେରିକା ପଳାଇଯାଇଛିା ଏ ସମ୍ପର୍କରେ ସଂପୃକ୍ତ ବିତରଣ ସଂସ୍ଥାକୁ ଜର୍ମାନ କର୍ତ୍ତୃପକ୍ଷ ଯୋଗାଯୋଗ କରିବାରୁ ସେମାନଙ୍କ ପାଖରେ ଜର୍ମାନୀର ବରାଦ କାଏମ୍ ରହିନାହିଁ ବୋଲି ସଫେଇ ଦେଇଛିା ଅପରପକ୍ଷେ, ଜର୍ମାନୀ ପକ୍ଷରୁ ଆହ୍ବାନ କରାଯାଇଥିବା ଧାର୍ଯ୍ୟ ଦରର ପ୍ରାୟ ତିନିଗୁଣା ଦର ବଡ଼ାଇ ଆମେରିକା ଉକ୍ତ ଟେଣ୍ତରକୁ ହାତେଇ ନେଇଥିବା ଜଣାପଡ଼ିଛିା ଏପରିକି ଆମେରିକାର ଏହି ଦରରେ ଅନ୍ୟ କୌଣସି ଦେଶ ବି ଉକ୍ତ ମାସ୍କ ଆମଦାନି କରିପାରିବନି ବୋଲି ଚର୍ଚ୍ଚା ହେଉଛିା ଏହାଦ୍ବାରା ଆମେରିକା ଅନ୍ତର୍ଜାତୀୟ ବ୍ୟାବସାୟିକ ଚୁକ୍ତିର ଉଲ୍ଲଂଘନ କରିଛି ବୋଲି ଜର୍ମାନୀ ଅଭିଯୋଗ ଆଣିବା ସହ ଆମେରିକାର ଏହା ଏକ ଅଭିନବ ଦସ୍ୟୁଗିରି ବୋଲି ଦାବି କରିଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe