ସର୍ବକାଳୀନ ରେକର୍ଡ: ଚଳିତ ବର୍ଷ ୨ଲକ୍ଷ ମୁସଲମାନ ଶ୍ରଦ୍ଧାଳୁ ହଜ୍‌ ଯାତ୍ରା କରିବେ; ଏମାନଙ୍କ ମଧ୍ୟରେ ୪୮ ପ୍ରତିଶତ ହେଉଛନ୍ତି ମହିଳା

Advertisment
ସର୍ବକାଳୀନ ରେକର୍ଡ: ଚଳିତ ବର୍ଷ ୨ଲକ୍ଷ ମୁସଲମାନ ଶ୍ରଦ୍ଧାଳୁ ହଜ୍‌ ଯାତ୍ରା କରିବେ; ଏମାନଙ୍କ ମଧ୍ୟରେ ୪୮ ପ୍ରତିଶତ ହେଉଛନ୍ତି ମହିଳା

NDTV

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରୁ ୨ ଲକ୍ଷ ମୁସଲମାନ ଶ୍ରଦ୍ଧାଳୁ ହଜ୍‌ ଯାତ୍ରା କରିବେ। ଏମାନଙ୍କ ମଧ୍ୟରୁ ୪୮ ପ୍ରତିଶତ ହେଉଛନ୍ତି ମହିଳା। ତେବେ, ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଚଳିତ ବର୍ଷ ୨,୩୪୦ ଜଣ ଭାରତୀୟ ମୁସଲିମ୍‌ ମହିଳା ସଂପୂର୍ଣ୍ଣ ଏକାକୀ (ବିନା କୌଣସି ପୁରୁଷ ସାଥୀରେ) ହଜ୍‌ ଯାତ୍ରା କରୁଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ସଂପ୍ରଦାୟ ମନ୍ତ୍ରୀ ମୁକ୍ତାର ଆବାସ୍‌ ନକ୍‌ଭୀ। ଉଲ୍ଲେଖଯୋଗ୍ୟ, ଗତବର୍ଷ ୧.୧୮୦ ଜଣ ଭାରତୀୟ ମୁସଲିମ୍‌ ମହିଳା ସଂପୂର୍ଣ୍ଣ ଏକାକୀ ହଜ୍‌ ଯାତ୍ରା କରିଥିଲେ।

publive-image NDTV

ଏଥିସହ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସଂଖ୍ୟାଲଘୁ ସଂପ୍ରଦାୟ ମନ୍ତ୍ରୀ ମୁକ୍ତାର ଆବାସ୍‌ ନକ୍‌ଭୀ କହିଛନ୍ତି ଯେ ଚଳିତ ବର୍ଷ ଭାରତୀୟ ମୁସଲିମ୍‌ ମହିଳାମାନଙ୍କୁ ସଂପୂର୍ଣ୍ଣ ଏକାକୀ (ବିନା କୌଣସି ପୁରୁଷ ସାଥୀରେ) ହଜ୍‌ ଯାତ୍ରା କରିବା ପାଇଁ ଅନୁମତି ପ୍ରଦାନ ଉଦ୍ଦେଶ୍ୟରେ ଲଟେରି ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। ଏଥର କେନ୍ଦ୍ର ସରକାର ହଜ୍‌ ଯାତ୍ରା କୋଟାରେ ବୃଦ୍ଧି ଘଟାଇଥିବାରୁ ହଜ୍‌ ଯାତ୍ରା ପାଇଁ ଆବେଦନ କରିଥିବା ପ୍ରାୟ ସମସ୍ତ ଶ୍ରଦ୍ଧାଳୁଙ୍କୁ ସରକାର ହଜ୍‌ ଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ସ୍ୱାଧୀନତା ପ୍ରାପ୍ତି ପରଠାରୁ କେବେ ବି ଏତେ ସଂଖ୍ୟାରେ ମୁସଲମାନ ଶ୍ରଦ୍ଧାଳୁ ହଜ୍‌ ଯାତ୍ରା କରି ନଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe