ବାଇକ ଚାଳକଙ୍କ ପାଇଁ ବଡ ଖବର, ମିଳିବ ୨ ଲକ୍ଷ ଟଙ୍କା

ବାଇକ ଚାଳକଙ୍କ ପାଇଁ ବଡ ଖବର, ମିଳିବ ୨ ଲକ୍ଷ ଟଙ୍କା

photo-live hindustan

ନୂଆଦିଲ୍ଲୀ: ବାଇକ ଚାଳକଙ୍କ ପାଇଁ ବଡ ଖବର | ଏଣିକି ସଡକ ଦୁର୍ଘଟଣାର ଶିକାର ହେଲେ ମିଳିବ ୨ ଲକ୍ଷ ଟଙ୍କାର କ୍ଷତିପୂରଣ | ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିବା ବ୍ୟକ୍ତିଙ୍କ କ୍ଷତିପୂରଣକୁ ୧୨୫୦୦ ରୁ ୫୦୦୦୦ ଟଙ୍କାକୁ ବୃଦ୍ଧି କରିଛି। ଏହା ବ୍ୟତୀତ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଲେ କ୍ଷତିପୂରଣକୁ ୨୫୦୦୦ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ଭାରତର ସମସ୍ତ ସଡ଼କ ଏବଂ ରାଜପଥରେ ୧ ଏପ୍ରିଲ ୨୦୨୨ ଠାରୁ ଲାଗୁ ହେବ। ଏହା ବ୍ୟତୀତ କ୍ଷତିପୂରଣ ଯୋଗାଇବା ପାଇଁ ମୋଟର ଯାନ ଦୁର୍ଘଟଣା ପାଣ୍ଠି ମଧ୍ୟ ସୃଷ୍ଟି କରାଯିବ।

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ଟ୍ରଲରରେ ତିନି ଡେକ୍ ପର୍ଯ୍ୟନ୍ତ ଅନୁମତି ଦେଇଛି। ଏହା ଦ୍ୱାରା ପରିବହନ କ୍ଷମତାକୁ ୪୦ ରୁ ୫୦ ପ୍ରତିଶତ ବୃଦ୍ଧି ହେବ | ଏକ ତଥ୍ୟ ମୁତାବକ ଭାରତରେ ୨୦୧୭ରେ ୪ ଲକ୍ଷ ୬୪ ହଜାର ୯୧୦ଟି ଦୁର୍ଘଟଣା ଘଟିଥିବାବେଳେ ୨୦୧୮ରେ ୪ ଲକ୍ଷ ୬୭ ହଜାର ୪୪ଟି ସଡ଼କ ଦୁର୍ଘଟଣା ଘଟିଛି। ୨୦୧୭ରେ ୧ ଲକ୍ଷ ୪୭ ହଜାର ୯୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୧୮ରେ ୧ ଲକ୍ଷ ୫୧ ହଜାର ୪୭୧ ଜଣଙ୍କର ମୃତ୍ୟୁ ହୋଇଥିଲା | ୨୦୧୯ରେ ୪ ଲକ୍ଷ ୪୯ ହଜାର ୦୦୨ ଦୁର୍ଘଟଣା ହୋଇଥିବାବେଳେ ୧ ଲକ୍ଷ ୫୧ ହଜାର ୧୧୩ ଜଣଙ୍କର ମୃତ୍ୟୁ ହୋଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe