କଶ୍ମୀରରେ ପୁଣି ଏନକାଉଣ୍ଟର: ସେନା ଗୁଳିରେ ୨ ଆତଙ୍କବାଦୀ ନିହତ

କଶ୍ମୀରରେ ପୁଣି ଏନକାଉଣ୍ଟର: ସେନା ଗୁଳିରେ ୨ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜାମ୍ମୁ–କଶ୍ମୀରର ସୋପିଆନ ଜିଲ୍ଲାର କାନଜିୟୁଲାର ଅଞ୍ଚଳରେ ସେନା ଯବାନଙ୍କ ଗୁଳିମାଡରେ ୨ ଲସ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ବୁଧବାର ଭୋରରେ କର୍ତ୍ତବ୍ୟ ସଂପାଦନ କରୁଥିବା ଯବାନମାନଙ୍କ ଉପରକୁ ଲୁଚି କରି ଗୁଳି କରିଥିଲେ ଦୁଇ ଆତଙ୍କବାଦୀ। ତେବେ ସେନାର ପାଲଟା ଗୁଳି ମାଡରେ ଉଭୟେ ନିହତ ହୋଇଥିଲେ। କଶ୍ମୀର ଜୋନ ପୁଲିସ ପକ୍ଷରୁ କୁହାଯାଇଛି ଯେ ଏମାନେ ଦୀର୍ଘଦିନରୁ ଲସ୍କର-ଇ-ତୋଇବା ସହ ଜଡ଼ିତ ହୋଇ କଶ୍ମୀରରେ ଅଶାନ୍ତ ସୃଷ୍ଟି କରି ଆସୁଥିଲେ।

ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଛି। ତା’ ନାମ ଜାନ ମୋହଡ ଲୋନ ବୋଲି ପୁଲିସ କହିଛି। ନିହତ ହୋଇଥିବା ଅନ୍ୟ ଜଣେ ବି ହାର୍ଡକୋର ଆତଙ୍କବାଦୀ। ଗତ ଜୁନ ୨ ତାରିଖରେ କୁଲଗାମ ଜିଲ୍ଲାର ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କ ହତ୍ୟାରେ ସେ ସମ୍ପୃକ୍ତ ଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe