ପକ୍ଷୀକୁ ବଞ୍ଚାଇବା ପାଇ ଗାଡ଼ିରୁ ବାହାରିି ଥିବା ୨ବ୍ୟକ୍ତିଙ୍କୁ ଧକ୍କା ଦେଲା ଟାକ୍ସି, ଚାଲିଗଲା ଜୀବନ

Advertisment
ପକ୍ଷୀକୁ ବଞ୍ଚାଇବା ପାଇ ଗାଡ଼ିରୁ ବାହାରିି ଥିବା ୨ବ୍ୟକ୍ତିଙ୍କୁ ଧକ୍କା ଦେଲା ଟାକ୍ସି, ଚାଲିଗଲା ଜୀବନ

ମୁମ୍ବାଇ: ରାସ୍ତାରେ ଯାଉଥିବା ବେଳେ ଯଦି ଆହତ ହୋଇଥିବା ମଣିଷ ବା ପଶୁପକ୍ଷୀଙ୍କୁ ଆପଣ ଦେଖନ୍ତି, ତେବେ ଗାଡ଼ି ରଖି ସାହାଯ୍ୟ କରିବା ପାଇଁ ଯାଉଥିବେ ନିଶ୍ଚୟ। ଅନେକ ଦୁର୍ଘଟଣାସ୍ଥଳରେ ଦେଖାଯାଏ ଯେ, ଲୋକେ ଆହତ ହୋଇଥିବା ଲୋକକୁ ସାହାଯ୍ୟ କରିବା ସହ ଡାକ୍ତରଖାନା ପଠାଇଥାନ୍ତି। ମୁମ୍ବାଇରେ ମଧ୍ୟରେ ଜଣେ ୪୩ବର୍ଷୀୟ ବ୍ୟବସାୟୀ ଏବଂ ଗାଡ଼ି ଡ୍ରାଇଭର ଏକ ପକ୍ଷୀକୁ ବଞ୍ଚାଇବା ପାଇଁ ମୁମ୍ବାଇ ସି’ ଲିଙ୍କରେ ଗାଡ଼ି ରଖିଥିଲେ। ଦୁ‌ହେଁ ଗାଡ଼ିରୁ ବାହାରି ଆହତ ପକ୍ଷୀକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ଜୀବନ ଚାଲିଯିବ ବୋଲି ତାଙ୍କୁ ଜଣାନଥିଲା। ପକ୍ଷୀକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଏକ ଟାକ୍ସି ଦୁହିଁଙ୍କୁ ଧକ୍କା ଦେବାରୁ ଦୁହିଁଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଘଟଣା ଘଟିବା ସମୟରେ ସେଠାରେ ଲାଗିଥିବା ସିସିଟିଭିରେ ଏହି ପୂରା ଘଟଣା କଏଦ ହୋଇଥିଲା, ଯାହା ଏବେ ଭାଇରାଲ ହୋଇଛି। ସୂଚନା ମୁତାବକ ଘଟଣାଟି ଘଟିଥିଲା ମେ’ ୩୦ରେ। ବ୍ୟବସାୟୀ ଅମର ମନୀଷ ଜରିୱାଲା ମଲାଡ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ବାନ୍ଦ୍ରା ୱର୍ଲି ସି’ ଲିଙ୍କ ଦେଇ ଯାଉଥିବା ବେଳେ ଅମରଙ୍କ ଗାଡ଼ିରେ ଏକ ପକ୍ଷୀଟି ମାଡ଼ ହୋଇ ତଳେ ପଡ଼ିଯାଇଥିଲା। ଆହତ ପକ୍ଷୀକୁ ଦେଖିବା ପାଇଁ ଅମର ଏବଂ ତାଙ୍କ ଡ୍ରାଇଭର ଗାଡ଼ିରୁ ବାହାରି ଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଏକ ଟାକ୍ସି ଦୁହିଁଙ୍କୁ ଧକ୍କା ଦେଇଥିଲା। ଟାକ୍ସିଟି ଜୋରରେ ଧକ୍କା ଦେବା ପରେ ଦୁହେଁ କିଛି ଦୂରକୁ ଛିଟିକି ପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ଡାକ୍ତରଖାନା ନିଆଯିବା ସହ ଡାକ୍ତରଖାନାରେ ପହଞ୍ଚିବା ପ‌ରେ ଅମରଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଡ୍ରାଇଭରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe