ସିଙ୍ଗୁ ହତ୍ୟା ମାମଲା : ଆଉ ୨ ନିହଙ୍ଗ ଶିଖଙ୍କ ଆତ୍ମସମର୍ପଣ

ସିଙ୍ଗୁ ହତ୍ୟା ମାମଲା : ଆଉ ୨ ନିହଙ୍ଗ ଶିଖଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ : ସିଙ୍ଗୁ ସୀମାରେ ହାତ କାଟି ହତ୍ୟା ଘଟଣାରେ ଆଉ ଦୁଇଜଣ ନିହଙ୍ଗ ଶିଖ୍ ହରିୟାଣା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ନାଁ ହେଉଛି ଭଗଓ୍ବନ୍ତ ସିଂ ଓ ଗୋବିନ୍ଦ ସିଂ । ଗତ କାଲି ଏହି ଘଟଣା ପାଇଁ ନିଜକୁ ଦାୟୀ କରି ସରବଜିତ ସିଂ ନାମକ ନିହଙ୍ଗ ଶିଖ ଆତ୍ମସମର୍ପଣ କରିଥିଲା । ପରେ ପୁଲିସ ତାକୁ ଗିରଫ କରିବା ସହ ଆଜି ତାକୁ କୋର୍ଟରେ ହାଜର କରିଥିଲା । ଘଟଣାର ଅଧିକ ତଦନ୍ତ ପାଇଁ ପୁଲିସ ପକ୍ଷରୁ ୧୪ ଦିନର ରିମାଣ୍ଡ ମାଗିଥିଲେ ମଧ୍ୟ କୋର୍ଟ ୭ ଦିନର ରିମାଣ୍ଡ ମଂଜୁର କରିଛନ୍ତି । ପୁଲିସ ପକ୍ଷରୁ କୁହାଯାଇଥିଲା ଯେ ଏହି ଘଟଣାରେ ଆଉ ୪ ଜଣ ସଂପୃକ୍ତ ଥିବା ସରବଜିତ କହିଛି ।

ଗତକାଲି ସିଙ୍ଗୁ ସୀମାରେ ଥିବା କୃଷକ ଆନ୍ଦୋଳନସ୍ଥଳୀ ନିକଟରେ ଜଣେ ଯୁବକର ହାତକଟା ମୃତଦେହ ଝୁଲୁଥିବା ଦେଖାଯିବାପରେ ସାରା ଦେଶରେ ଚହଳ ପଡ଼ିଯାଇଥିଲା । ସେ ପଂଜାବର ତରନତାରନ ଜିଲ୍ଲାର ୩୫ ବର୍ଷୀୟ ଦଳିତ ଯୁବକ ଲଖବୀର ସିଂ ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe