ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମରେ ‘ଆଇଇଡି’ ବିସ୍ଫୋରଣ: ୨ ଯବାନ ସହିଦ, ୩ ଆହତ

Advertisment
ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମରେ ‘ଆଇଇଡି’ ବିସ୍ଫୋରଣ: ୨ ଯବାନ ସହିଦ, ୩ ଆହତ

Image Courtesy of India Today

ରାଞ୍ଚି: ଗୁରୁବାର ସକାଳେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଅନ୍ତର୍ଗତ ହୋୟାହତୁ ଗାଁ ନିକଟ ଅରଣ୍ୟାଞ୍ଚଳରେ ଘଟିଥିବା ‘ଆଇଇଡି’ ବିସ୍ଫୋରଣ କାରଣରୁ ରାଜ୍ୟ ପୁଲିସ ‘ଝାଡ଼ଖଣ୍ଡ ଜାଗୁଆର ୟୁନିଟ୍‌’ର ଦୁଇଜଣ ଯବାନ ସହିଦ ହୋଇଛନ୍ତି।

ଆଜି ସକାଳ ପ୍ରାୟ ୮.୪୫ରେ ହୋଇଥିବା ଏହି ‘ଆଇଇଡି’ ବିସ୍ଫୋରଣ ଯୋଗୁଁ ‘୧୯୭ ସିଆର୍‌ପିଏଫ୍‌’ର ଜଣେ ଯବାନ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।

ଝାଡ଼ଖଣ୍ଡ ପୁଲିସ କହିବା ଅନୁସାରେ, ଝରିହର ଅଞ୍ଚଳରେ ନକ୍ସଲ୍‌ମାନେ ପୋତିଥିବା ‘ଆଇଇଡି’ ବିସ୍ଫୋରଣ ଘଟିବାରୁ ଝାଡ଼ଖଣ୍ଡ ଜାଗୁଆର୍‌ ୟୁନିଟ୍‌ର ଦୁଇଜଣ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ବ୍ୟାପକ ତଲାସ ଅଭିଯାନ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe