ପାଞ୍ଚ ମାସ ମଧ୍ୟରେ ତିନିଟି ଜାଗୁଆର୍‌ ବିମାନ ଦୁର୍ଘଟଣା

ରାଜସ୍ଥାନର ଚୁରୁ ଜିଲ୍ଲାର ଭାନୁଦା ଗ୍ରାମ ନିକଟରେ ଏକ ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଭାରତୀୟ ବାୟୁସେନାର ୨ ଜଣ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଗତ ୫ ମାସ ମଧ୍ୟରେ ଏହା ତୃତୀୟ ଘଟଣା।

New Project (6)

ଚୁରୁ: ରାଜସ୍ଥାନର ଚୁରୁ ଜିଲ୍ଲାର ଭାନୁଦା ଗ୍ରାମ ନିକଟରେ ଏକ ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଭାରତୀୟ ବାୟୁସେନାର ୨ ଜଣ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଗତ ୫ ମାସ ମଧ୍ୟରେ ଏହା ତୃତୀୟ ଘଟଣା। ଜାଗୁଆର ବିମାନ ପୂର୍ବରୁ ମଧ୍ୟ ଦୁଇ ଥର ଦୁର୍ଘଟଣାର ସମ୍ମୁଖୀନ ‌ହୋଇସାରିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ବିମାନର ଭଗ୍ନାବଶେଷ ଏକ ଜମିରୁ ମିଳିଥିଲା। ଯେଉଁଥିରେ ଗୁରୁତର ଭାବରେ କ୍ଷତିଗ୍ରସ୍ତ ଅବସ୍ଥାରେ ପାଇଲଟ୍‌ଙ୍କୁ ଉଦ୍ଧାର କରାଯାଇଥିଲା।

ଭାରତୀୟ ବାୟୁସେନା ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛି। ବାୟୁସେନା ପକ୍ଷରୁ କୁହାଯାଇଛି ଯେ "ଏକ ଭାରତୀୟ ବାୟୁସେନା ଜାଗୁଆର ବିମାନ ତାଲିମ ମିଶନ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ରାଜସ୍ଥାନର ଚୁରୁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଉଭୟ ପାଇଲଟ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ କିଛି ବିଶେଷ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ହୋଇନାହିଁ।" 

ଭାରତୀୟ ବାୟୁସେନା ଆହୁରି କହିଛି ଯେ ଦୁର୍ଘଟଣାର କାରଣ ଜାଣିବା ପାଇଁ ଯାଞ୍ଚ୍‌ ଆରମ୍ଭ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe