ପାନାଜୀ: ନୌସେନାର ଯୁଦ୍ଧ ବିମାନ ‘ମିଗ୍-୨୯ କେ’ ଆଜି ଗୋଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଛି। ଗୋଆର ଦାବୋଲିମ୍ ନିକଟସ୍ଥ ଆଇଏନ୍ଏସ୍ ହନ୍ସା ଘାଟିରୁ ବିମାନଟି ରୁଟିନ୍ ଟ୍ରେିନଂରେ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଉଡ଼ାଣର ମାତ୍ର କିଛି ସମୟ ପରେ ଇଂଜିନ୍ରେ ନିଆଁ ଲାଗି ଯାଇଥିଲା। ଭାରତୀୟ ନୌସେନା ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ବିମାନରେ ଏକ ପକ୍ଷୀ ଦଳ ମାଡ଼ ହେବା ଫଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରଥମେ ବାମ ପାର୍ଶ୍ବ ଇଂଜିନ୍ରେ ନିଆଁ ଲାଗି ଯାଇଥିଲା ଏବଂ ପରେ ଡାହାଣ ପାର୍ଶ୍ବ ଇଂଜିନ୍ରେ ନିଆଁ ଲାଗିଥିଲା। ତେବେ ପାଇଲଟ୍ ବିମାନଟିକୁ ଜନଶୂନ୍ୟ ସ୍ଥାନଆଡ଼କୁ ନେବାରେ ସକ୍ଷମ ହୋଇଥିଲେ ଏବଂ ଉଭୟ ପାଇଲଟ ବିମାନରୁ ବାହାରି ଆସିବାରେ ସକ୍ଷମ ହୋଇଥିଲେ। ପରେ ଏହି ବିମାନଟି ଏକ ଖୋଲା ଜମିରେ ଖସି ପଡ଼ିଥିଲା ବୋଲି ନୌସେନା ମୁଖପାତ୍ର କହିଛନ୍ତି। ଉକ୍ତ ଘଟଣାର ତଦନ୍ତ ପାଇଁ ଭାରତୀୟ ନୌସେନା ପକ୍ଷରୁ ଏକ କମିଟି ଗଠନ ହୋଇଛି।
ଅଳ୍ପକେ ବର୍ତ୍ତିଲେ ୨ ପାଇଲଟ୍, ମିଗ୍-୨୯ ଯୁଦ୍ଧ ବିମାନ ଜଳିଗଲା
Advertisment
Follow Us