ଜେଲ ଭାଙ୍ଗି ଚମ୍ପଟ ମାରୁଥିଲେ କଏଦୀ: ସେନା ଗୁଳିରେ ଟଳିଲେ ୨ କଏଦୀ, ୧୦ ଆହତ

firing

ନୂଆଦିଲ୍ଲୀ: ପୁଣି ନେପାଳରେ ହିଂସା । ସେନା ହାତରେ ନେପାଳ ନିୟନ୍ତ୍ରଣ ହେବା ପରେ ପ୍ରଥମ ଥର ପାଇଁ ଫୁଟିଲା ଗୁଳି । ଜେଲ ଭାଙ୍ଗି ଫେରାର ହେଉଥିବା କଏଦୀଙ୍କ ଉପରେ ଗୁଳିମାଡ । ନେପାଳର ରାମେଛାପ ଜେଲ ଭାଙ୍ଗି କଏଦୀମାନେ ଖସି ପଳାଇବାକୁ ଚେଷ୍ଟା କରିବା ବେଳେ ସେନା ଗୁଳି ଚଳାଇଥିଲା । ଆଉ ସେନା ଗୁଳିରେ ଦୁଇ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି । ଏହି ସଂଘର୍ଷ ସମୟରେ ୧୦ ଜଣ କଏଦୀଙ୍କ ଉପରେ ଗୁଳି ବାଜିଛି ଆଉ ସେମାନେ ଗୁରୁତର ଆହତ ହୋଇଛନ୍ତି । 

ପୂର୍ବରୁ କାଠମାଣ୍ଡୁ ଜେଲ୍ ଭାଙ୍ଗି ପଳାଇଥିବା ଜଣେ ବାଂଲାଦେଶୀ ନାଗରିକଙ୍କୁ ଧରାଯାଇଛି । ଏହି ବ୍ୟକ୍ତି ସୁନା ଚୋରା ଚାଲାଣ ଅଭିଯୋଗରେ ନେପାଳରେ ପାଞ୍ଚ ବର୍ଷ ପାଇଁ ଜେଲରେ ଥିଲେ । ତେବେ ହିଂସା ଘଟଣାର ଫାଇଦା ଉଠାଇବାକୁ ଯାଇ କଏଦୀ ମାନେ ଜେଲ ଭାଙ୍ଗି ଚାଲିଯାଉଥିବା ଦେଖିବାକୁ ମିଳିଛି । ଗତ ତିନି ଦିନ ଧରି ନେପାଳରେ ଅସ୍ଥିରତା ଲାଗି ରହିଥିବାରୁ ଏହାର ଫାଇଦା କଏଦୀ ନେବାକୁ ଚେଷ୍ଟା କରୁଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ନେପାଳରେ ଓଲି ସରକାର ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନର ଦ୍ୱିତୀୟ ଏବଂ ତୃତୀୟ ଦିନରେ ନେପାଳର ବିଭିନ୍ନ ଜିଲ୍ଲାରେ ଥିବା ଜେଲରୁ ପ୍ରାୟ ୧୫ ହଜାର କଏଦୀ ଜେଲରୁ ଖସି ପଳାଇଛନ୍ତି । ସେପଟେ ଭାରତ ସୀମାରେ କିଛି କଏଦୀଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe