ସୁଷମା ସ୍ୱରାଜଙ୍କ ନାମରେ ନାମିତ ହେଲା ବୈଦେଶିକ ମନ୍ତ୍ରାଳୟର ଦୁଇଟି ପ୍ରମୁଖ ଅନୁଷ୍ଠାନ

Advertisment
ସୁଷମା ସ୍ବରାଜଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ‘ସୁଷମା ସବୁବେଳେ ପ୍ରେରଣାର ଉତ୍ସ ଥିଲେ’

News Munite

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ତୁଙ୍ଗ ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ୱର୍ଗତା ସୁଷମା ସ୍ୱରାଜଙ୍କ ନାମରେ କେନ୍ଦ୍ର ସରକାରଙ୍କର ବୈଦେଶିକ ମନ୍ତ୍ରାଳୟ ଅଧୀନରେ ଥିବା ଦୁଇଟି ପ୍ରମୁଖ ଅନୁଷ୍ଠାନ ବା କେନ୍ଦ୍ରକୁ ନାମିତ କରାଯାଇଛି। ଆସନ୍ତାକାଲି (ଶୁକ୍ରବାର, ଫେବ୍ରୁଆରି ୧୪) ସ୍ୱର୍ଗତା ସୁଷମା ସ୍ୱରାଜଙ୍କର ୬୮ତମ ଜନ୍ମ ଜୟନ୍ତୀ ପାଳିତ ହେବାର ଅବ୍ୟବହିତ ପୂର୍ବରୁ ତାଙ୍କ ଅବର୍ତ୍ତମାନରେ ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି।

କେନ୍ଦ୍ର ସରକାରଙ୍କର ବୈଦେଶିକ ମନ୍ତ୍ରାଳୟ ଅଧୀନରେ ଥିବା ପ୍ରବାସୀ ଭାରତୀୟ କେନ୍ଦ୍ର ଓ ବୈଦେଶିକ ସେବା ପ୍ରତିଷ୍ଠାନକୁ ସ୍ୱର୍ଗତା ସୁଷମା ସ୍ୱରାଜଙ୍କ ନାମରେ ନାମିତ କରାଯାଇଛି। ଭାରତୀୟ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଥିବା ରାଜଧାନୀ ନୂଆଦିଲ୍ଲୀରେ ଥିବା ପ୍ରବାସୀ ଭାରତୀୟ କେନ୍ଦ୍ରର ନାମକୁ ପରିବର୍ତ୍ତନ କରାଯାଇ ଏହାକୁ ‘ସୁଷମା ସ୍ୱରାଜ ଭବନ’ ନାମରେ ନାମିତ କରାଯାଇଛି। ସେହିପରି ବୈଦେଶିକ କୂଟନୀତିଜ୍ଞ ଓ ବୈଦେଶିକ ସେବା ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରୁଥିବା ବୈଦେଶିକ ସେବା ପ୍ରତିଷ୍ଠାନର ନାମକୁ ପରିବର୍ତ୍ତନ କରାଯାଇ ‘ସୁଷମା ସ୍ୱରାଜ ଇନଷ୍ଟିଚ୍ୟୁଟ ଅଫ୍‌ ଫୋରେନ୍‌ ସର୍ଭିସ୍‌’ ଭାବେ ନାମିତ କରାଯାଇଛି।

publive-image News Nation

ଭାରତର ବୈଦେଶିକ କୂଟନୀତିରେ ସୁଷମା ସ୍ୱରାଜଙ୍କ ଅମୂଲ୍ୟ ଯୋଗଦାନକୁ ଦୃଷ୍ଟିରେ ରଖି ତାଙ୍କ ସମ୍ମାନାର୍ଥେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆ ଯାଇଥିବା ବୈଦେଶିକ ମନ୍ତ୍ରଳୟ ପକ୍ଷରୁ ଆଜି ସନ୍ଧ୍ୟାରେ ଜାରି ଏକ ବିବୃତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe