କୁପଓ୍ଵାରା ତୁଷାର ସ୍ଖଳନ: ୨ ଉଦ୍ଧାର, ୧୦ ମୃତ

କୁପଓ୍ଵାରା ତୁଷାର ସ୍ଖଳନ: ୨ ଉଦ୍ଧାର, ୧୦ ମୃତ

Image Courtesy of Indiatvnews

ଶ୍ରୀନଗର: ଦୀର୍ଘ ୨୪ ଘଣ୍ଟା ଉଦ୍ଧାର କାର୍ଯ୍ୟ ଚାଲୁ ରଖିବା ପରେ କୁପ୍‌ଓ୍ଵାରା ତୁଷାର ସ୍ଖଳନରେ ପୋତି ହୋଇ ପଡ଼ିଥିବା ଲୋକମାନଙ୍କ ମଧ୍ୟରୁ ୨ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଏହା ଛଡ଼ା ଉଦ୍ଧାରକାରୀମାନେ ତୁଷାର ଗଦା ଭିତରୁ ୧୦ଟି ଶବ ମଧ୍ୟ ଉଦ୍ଧାର କରିଛନ୍ତି। ସେଥିରେ ୫ ଜଣ ମହିଳାଙ୍କ ଶବ ଅଛି। ଶୁକ୍ରବାର ଦିନ କଶ୍ମୀରର କୁପ୍‌ଓ୍ଵାରା ଜିଲ୍ଲାରେ ତୁଷାର ସ୍ଖଳନ ଯୋଗୁଁ ସେମାନେ ଯାଉଥିବା ଯାତ୍ରୀବାହୀ ଗାଡ଼ିଟି ପୋତି ହୋଇ ପଡ଼ିଥିଲା। ଏହି ଯାତ୍ରୀମାନେ ଏକ ଟ୍ୟାକ୍ସିରେ କୁପ୍‌ଓ୍ଵାରାରୁ କର୍ଣ୍ଣା ଅଭିମୁଖେ ଯିବାବେଳେ ଶୁକ୍ରବାର ଅପରାହ୍ଣ ୪ଟାବେଳେ ତୁଷାର ସ୍ଖଳନ ଯୋଗୁଁ ପୋତି ହୋଇ ପଡ଼ିଥିଲେ। ଶନିବାର ଦିନ ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଏହି ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ୧୨ ବୋଲି ଜଣାପଡ଼ିଛି।

ପ୍ରବଳ ତୁଷାରପାତ କାରଣରୁ ଶୀତଋତୁରେ ଅନ୍ୟୂନ ତିନି ମାସଯାଏଁ କର୍ଣ୍ଣାକୁ କୁପ୍‌ଓ୍ଵାରା ସହ ସଂଯୋଗ କରୁଥିବା ଏକ ମାତ୍ର ୭୦ କିଲୋମିଟର ଦୀର୍ଘ ସଡ଼କପଥ ସାଧାରଣତଃ ବନ୍ଦ ରହେ।

ଶନିବାର ଦିନ ଉଦ୍ଧାର କରାଯାଇଥିବା ଦୁଇ ଜଣ ହେଲେ ରଶିଦ ନାସୀର ପାରି ଏବଂ ଗୁଲାମ ନବି ଭଟ। ଦୁଇ ଜଣ ନାବାଳକଙ୍କୁ କୁପ୍‌ଓ୍ଵାରାସ୍ଥିତ ଜିଲ୍ଲା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି ବୋଲି ଉଦ୍ଧାରକାରୀମାନେ ଅଧିକାରୀମାନେ କହିଛନ୍ତି। କିନ୍ତୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ଭଟଙ୍କୁ ସୌରାସ୍ଥିତ ଶେର୍‌-ଇ-କଶ୍ମୀର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌କୁ ସ୍ଥାନାନ୍ତର କରାଯାଇଛି।

ରାଜ୍ୟ ବିପର୍ଯ୍ୟୟ ସହାୟତା ଫଣ୍ଡ୍‌ରୁ ମୃତଲୋକଙ୍କ ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଥିବା କଥା ମନ୍ତ୍ରୀ ଜାଭୈଦ୍‌ ମୁସ୍ତାଫା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe