ଭାଇରାଲ୍‌ ହେଉଛି ଭିଡିଓ: ୨ ଶିଖ୍‌ ବ୍ୟକ୍ତିଙ୍କୁ ରାସ୍ତାରେ ଗଡ଼ାଇ ଗୋଇଠା‌ ମାଡ଼ ମାରିଲେ କିଶୋର

ୟୁକେରେ ଦୁଇଜଣ ଶିଖ୍‌ ବ୍ୟକ୍ତିଙ୍କୁ ତିନି ଜଣ କିଶୋର ରାସ୍ତାରେ ଗଡ଼ାଇ ଗୋଇଠା ମାଡ଼ ଦେଇ ଆକ୍ରମଣ କରିଥିବା ପରି ଘୃଣ୍ୟ କାର୍ଯ୍ୟ ଦେଖିବାକୁ ମିଳିଛି। ଯାହା ଫଳରେ ଏକ ବଡ଼ ଧରଣର ଉତ୍ତେଜନା ସୃଷ୍ଟି ହୋଇଛି।

New Project (8)

ନୂଆଦିଲ୍ଲୀ: ୟୁକେରେ ଦୁଇଜଣ ଶିଖ୍‌ ବ୍ୟକ୍ତିଙ୍କୁ ତିନି ଜଣ କିଶୋର ରାସ୍ତାରେ ଗଡ଼ାଇ ଗୋଇଠା ମାଡ଼ ଦେଇ ଆକ୍ରମଣ କରିଥିବା ପରି ଘୃଣ୍ୟ କାର୍ଯ୍ୟ ଦେଖିବାକୁ ମିଳିଛି। ଯାହା ଫଳରେ ଏକ ବଡ଼ ଧରଣର ଉତ୍ତେଜନା ସୃଷ୍ଟି ହୋଇଛି। ଘଟଣାଟି‌ ହେଉଛି ଅଗଷ୍ଟ ୧୫ ତାରିଖ ବା ଗତ ଶୁକ୍ରବାର ଦିନର। ଏଭଳି ଅଭାବନୀୟ ଘଟଣା ଘଟିଛି ୱୋଲଭରହାମ୍ପଟନର ଏକ ରେଳ ଷ୍ଟେସନ ବାହାରେ। 

ଏହି ଜାତିଭେଦକୁ ନେଇ ଭିଡିଓ ଭାଇରାଲ୍‌ ହେବା ପରେ ଘଟଣାଟି ଲୋକଲୋଚନକୁ ଆସିଛି। ଘଟଣାର ଏକ ଭାଇରାଲ ଫୁଟେଜରେ ପୀଡିତମାନଙ୍କୁ ତଳେ ପଡ଼ିଥିବାର ଦେଖାଯାଇଥିଲା, ଜଣେ ଆକ୍ରମଣକାରୀ ତାଙ୍କୁ ବାରମ୍ବାର ଗୋଇଟା ମାରି ଚାଲିଥିଲେ। ସେହି ସମୟରେ ଅନ୍ୟ ଜଣେ ଯୁବକ ତାଙ୍କୁ ଘୋଷାରି ଘୋଷାରି ନେଇଥିଲେ। ତାଙ୍କୁ ‌ଘୋଷାରି ଘୋଷାରି ନେବା ସମୟରେ ଶିଖ ପୁରୁଷଙ୍କ ପଗଡ଼ି ଖସିଯାଇଥିଲା ଏବଂ ସେଇଠି ତଳେ ପଡ଼ିଥିବା ଦେଖାଯାଇଥିଲା।

ତେବେ ଏଭଳି କାର୍ଯ୍ୟ କରିଥିବା ତିନି ଜଣ କିଶୋରଙ୍କୁ ଗିରଫ କରାଯାଇଥିଲା। ମାତ୍ର ପରେ ସେମାନଙ୍କୁ ଜାମିନରେ ମୁକ୍ତ କରାଯାଇଛି। ଶିରୋମଣି ଅକାଳି ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ଏହି ପ୍ରସଂଗରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ସେହି ଦେଶରେ ରହୁଥିବା ଶିଖ ପ୍ରବାସୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହି ପ୍ରସଙ୍ଗ ୟୁକେ ସରକାରଙ୍କ ନିକଟରେ ଉଠାଇବାକୁ ଅନୁରୋଧ କରିଛନ୍ତି। ସୁଖବୀର ସିଂହ ବାଦଲ ଏହି ଘଟଣାକୁ ଏକ ଏକ୍ସ ପୋଷ୍ଟ୍‌ ଜରିଆରେ ନିନ୍ଦା କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe