କଶ୍ମୀରରେ ସେନା-ଆତଙ୍କବାଦୀ ଏନକାଉଣ୍ଟର, ୨ ଯବାନ ଆହତ

କଶ୍ମୀରରେ ସେନା-ଆତଙ୍କବାଦୀ ଏନକାଉଣ୍ଟର, ୨ ଯବାନ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଥମିବାର ନାଁ ନେଉନାହିଁ। ଶନିବାର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।  ଏଥିରେ ୨ ଯବାନ ଆହତ ହୋଇଛି ।

ଜମ୍ମୁ-କଶ୍ମୀର ପୁଲିସର ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଅନନ୍ତନାଗ ଜିଲ୍ଲାର ଅହଲାନ ଗାଡୋଲେଠାରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଏକ ପାଟ୍ରୋଲିଂ ଦଳକୁ ଟାର୍ଗେଟ୍ କରିଥିଲେ । ଏହି ସମୟରେ ଉଭୟ ଯବାନ ଆହତ ହୋଇଥିଲେ। ଏହା ପରେ ସେନା ଓ ପୁଲିସ ପକ୍ଷରୁ ସଂପୃକ୍ତ ଅଂଚଳରେ ଘେରାବନ୍ଦୀ କରାଯାଇଥିଲା । ଏହା ସହିତ ସେନାର ପାଟ୍ରୋଲିଂ ଟିମ୍ କୋକେରନାଗ ସବ୍ ଡିଭିଜନର ଜଙ୍ଗଲରେ ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଇଛି। ବିଦେଶୀ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସେନାର ସ୍ପେଶାଲ ଫୋର୍ସ ଏବଂ ପାରାଟ୍ରୁପର ମଧ୍ୟ ଏହି ଅପରେସନରେ ସାମିଲ ଅଛନ୍ତି ।

ଗତ ଏକ ବର୍ଷ ମଧ୍ୟରେ କୋକେରନାଗରେ ଏହା ଦ୍ୱିତୀୟ ବଡ଼ ଏନକାଉଣ୍ଟର । ସେପ୍ଟେମ୍ବର ୨୦୨୩ରେ କୋକେରନାଗ ଜଙ୍ଗଲରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ କମାଣ୍ଡିଂ ଅଫିସର, ଜଣେ ମେଜର ଏବଂ ଜଣେ ଡିଏସପି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe