Image Courtesy of Hindustan Times
ଶ୍ରୀନଗର: ଗୁରୁବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ନୌଗାମ୍ ସେକ୍ଟର୍ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନୀ ସେନା ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଯୋଗୁଁ ଦୁଇ ଜଣ ଭାରତୀୟ ଯବାନ ସହିଦ ହେବା ସହ ଚାରିଜଣ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ଶ୍ରୀନଗରସ୍ଥିତ ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ୍ ରାଜେଶ କାଲିଆ କହିଛନ୍ତି, କୁପୱାରା ଅଞ୍ଚଳର ନୌଗାମ୍ ସେକ୍ଟର୍ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଠାରେ ଗୁରୁବାର ସକାଳେ ମୋର୍ଟାର୍ ଏବଂ ଅନ୍ୟ ଅସ୍ତ୍ର ନିକ୍ଷେପ କରି ପାକିସ୍ତାନୀ ସୈନିକମାନେ ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ।
Image Courtesy of Deccan Chronicleସୀମାପାରିରୁ ହୋଇଥିବା ଏହି ଗୁଳି ଚାଳନା ଯୋଗୁଁ ଦୁଇଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି ଓ ଅନ୍ୟ ଚରିଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ପାକିସ୍ତାନୀ ଅସ୍ତ୍ରବିରତି ଉଲ୍ଲଂଘନର ଠିକଣା ଜବାବ ଦିଆଯାଇଛି।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଏକ ପୃଥକ୍ ଘଟଣାରେ ବୁଧବାର ରାତିରେ ପୁଞ୍ଚ୍ ଜିଲ୍ଲାର କୃଷ୍ଣାଘାଟି ସେକ୍ଟର୍ରେ ପାକିସ୍ତାନୀ ସୈନିକମାନେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଅନ୍ୟ ଜଣେ ଭାରତୀୟ ଯବାନ ସହିଦ ହୋଇଥିଲେ। ଜମ୍ମୁର ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି।
Follow Us