ଜମ୍ମୁ ଓ କଶ୍ମୀରରେ ଗୁଳି ବିନିମୟ: ୨ ଯବାନ ସହିଦ, ଜଣେ ଆତଙ୍କବାଦୀ ନିହତ

Advertisment
ଜମ୍ମୁ ଓ କଶ୍ମୀରରେ ଗୁଳି ବିନିମୟ: ୨ ଯବାନ ସହିଦ, ଜଣେ ଆତଙ୍କବାଦୀ ନିହତ

Image Courtesy of NDTV

ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ଆତଙ୍କବାଦୀ ନିରୋଧୀ ଅଭିଯାନ ବେଳେ ୨ଜଣ ଯବାନ ସହିଦ ହେବା ସହ ଜୈନପଡ଼ାରେ ଗୁଳି ଚୋଟ ଖାଇ ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ ଅଧିକାରୀମାନେ କହିଛନ୍ତି।

ପୁଲିସ ଅଧିକାରୀମାନଙ୍କ କହିବା ଅନୁସାରେ, ଜୈନ୍‌ପଡ଼ା ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୁନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ପାଇବା ପରେ ପାହାନ୍ତା ପହରରେ ପୁଲିସ, ସେନା ଓ ‘ସିଆର୍‌ପିଏଫ୍‌’ର ମିଳିତ ଟିମ୍‌ ଦକ୍ଷିଣ କଶ୍ମୀର ଅନ୍ତର୍ଗତ ଶୋପିଆଁ ଜିଲ୍ଲାରେ ଥିବା ଜୈନ୍‌ପଡ଼ାର ଚେର୍‌ମାର୍ଗ ଗାଁରେ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ।

ନିରାପତ୍ତା ବଳ ସମ୍ପୃକ୍ତ ଅଞ୍ଚଳରେ ଖାନତଲାସ ଚଳାଇଥିବା ବେଳେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ସେମାନେ ପାଲଟା ଗୁଳି ଚାଳନା କରିଥିଲେ ଏବଂ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ଘଟିଥିଲା। ଆତଙ୍କବାଦୀମାନଙ୍କ ଗୁଳି ଚୋଟରେ ୨ଜଣ ଯବାନ ସହିଦ ‌ହୋଇଛନ୍ତି ‌ବୋଲି ପୁଲିସ କହିଛି।

publive-image Image Courtesy of Zee News

ନିରାପତ୍ତା ବଳ ଗୁଳି ଚୋଟରେ ଜୈନପଡ଼ାରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କର ପରିଚୟ ନ ଥିବା କଥା ପୁଲିସ କହିଛି। କର୍ଡନ୍‌ ଅଞ୍ଚଳ ମଧ୍ୟରେ ୨/୩ଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା କଥା ପୁଲିସ କହିଛି।

ଏହା ହେଉଛି ଚଳିତ ବର୍ଷ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ୧୫ଶ ଏନ୍‌କାଉଣ୍ଟର୍‌। ଏହା ପୂର୍ବରୁ ନିରାପତ୍ତା ବଳଙ୍କ ଗୁଳିଚୋଟରେ ୨୫ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe