Image Courtesy of NDTV
ଶ୍ରୀନଗର: ଶନିବାର ଦିନ ଜମ୍ମୁ ଓ କଶ୍ମୀରର ରଜୌରି ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ ଘଟି ସେନାର ଦୁଇଜଣ ଯବାନ ସହିଦ ଏବଂ ଅନ୍ୟ ୩ଜଣ ଆହତ ହୋଇଥିବା କଥା ସରକାରୀ ଅଧିକାରୀଙ୍କସୂତ୍ରରୁ ପ୍ରକାଶ।
ନିୟନ୍ତ୍ରଣ ରେଖା ନିକଟରେ ସେନା ପାଟ୍ରୋଲ୍ ଗୋଟାଏ ଲ୍ୟାଣ୍ଡ୍ମାଇନ୍ ଉପରେ ଚଢ଼ିଯିବାରୁ ବିସ୍ଫୋରଣ ଘଟି ଡିୟୁଟିରେ ଥିବା ଘଟଣାସ୍ଥଳରେ ଜଣେ ସାମରିକ ଅଧିକାରୀ ଏବଂ ଜଣେ ଯବାନ ସହିଦ ହୋଇଗଲେ।
ଆହତ ହୋଇଥିବା ଅନ୍ୟ ୩ଜଣ ଯବାନଙ୍କୁ ସେନା ହସ୍ପିଟାଲ୍କୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସାଂଘାତିକ ଥିବା କଥା କୁହାଯାଉଛି।
ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଦୁଇଜଣ ଯବାନ ସହିଦ ହୋଇଯାଇଛନ୍ତି। ଅନ୍ୟ ତିନିଜଣ ଆହତ ହୋଇଛନ୍ତି।
Image Courtesy of NDTVଜମ୍ମୁ ଅଞ୍ଚଳ ସେନାର ଜଣେ ମୁଖପାତ୍ର କହିଛନ୍ତି, ନୌସେରା ସେକ୍ଟର୍ରେ ‘ଏରିଆ ଡୋମିନେସନ୍ ପାଟ୍ରୋଲ୍’ ସମୟରେ ଗୋଟାଏ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ ଘଟିବାରୁ ଭାରତୀୟ ସେନାର ଦୁଇଜଣ ଯବାନ ସାଙ୍ଘାତିକ ଆହତ ହୋଇ ପରେ ସହିଦ ହୋଇଗଲେ। ଆହତ ହୋଇଥିବା ଅନ୍ୟ ଜଣେ ଯବାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
ସହିଦ ଯବାନମାନେ ହେଉଛନ୍ତି, ବିହାର ଅନ୍ତର୍ଗତ ବେଗୁସରାଇ ବାସିନ୍ଦା ଲେଫ୍ଟ୍ନାଣ୍ଟ୍ ଋଷି କୁମାର ଏବଂ ପଞ୍ଜାବର ଭତିଣ୍ଡା ଅନ୍ତର୍ଗତ ସିର୍ବେଓ୍ଵାଲ୍ ବାସିନ୍ଦା ସିପାହୀ ମନ୍ଜୀତ୍ ସିଂହ।
ଦେଶ ଏବଂ ଭାରତୀୟ ସେନା ଏଇ ଦୁଃସାହସୀଙ୍କ ନିକଟରେ ଋଣୀ ରହିବା ସହ ସେମାନଙ୍କ ଆତ୍ମବଳିକୁ ଚିରଦିନ ପାଇଁ ସ୍ମରଣ କରିବ।
Follow Us