ଦିଲ୍ଲୀ ହିଂସାର ତଦନ୍ତ କରିବାକୁ ଗଠିତ ହେଲା ୨ଟି ଏସ୍‌ଆଇଟି

ଦିଲ୍ଲୀ ହିଂସାର ତଦନ୍ତ କରିବାକୁ ଗଠିତ ହେଲା ୨ଟି ଏସ୍‌ଆଇଟି

Rediff News

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହୋଇଥିବା ହିଂସାର ତଦନ୍ତ କରିବା ପାଇଁ ଦୁଇଟି ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍‌) ବା ଏସ୍‌ଆଇଟି ଗଠନ କରାଯାଇଛି। ଗତ ରବିବାର ସନ୍ଧ୍ୟାରୁ ସିଏଏ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ହିଂସାରେ ଏଯାବତ୍‌ ୩୮ ଜଣ ପ୍ରାଣ ହରାଇବା ସହ ୨୦୦ରୁ ଅଧିକ ଆହତ ହେବାପରେ କେନ୍ଦ୍ର ସରକାର ଏହି ହିଂସାର ତଦନ୍ତ ପାଇଁ ଆଜି ସନ୍ଧ୍ୟାରେ ଦୁଇଟି ଏସ୍‌ଆଇଟି ଗଠନ କରିଛନ୍ତି। ତେବେ, ବର୍ତ୍ତମାନ ସୁଦ୍ଧା ଏହି ହିଂସାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ୧୩୦ ଜଣଙ୍କୁ ଗିରଫ କରିଛି ଓ ୪୮ଟି ଏଫ୍‌ଆଇଆର ଆଗତ କରିଛି। ଏଥିସହ ପରିସ୍ଥିତି ଏବେ ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଥିବା କହିଛି ଦିଲ୍ଲୀ ପୁଲିସ୍‌।

publive-image NDTV

କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ କରା ଯାଇଥିବା ଏହି ଦୁଇଟି ଏସ୍‌ଆଇଟିର ନେତୃତ୍ୱ ନେବେ ଦୁଇ ଜଣ ଡେପୁଟି କମିଶନର। ଗଠିତ ହୋଇଥିବା ଦୁଇଟି ଏସ୍‌ଆଇଟିର ନେତୃତ୍ୱ ନେଇଥିବା ଦୁଇ ଡେପୁଟି କମିଶନର ସେମାନଙ୍କ ଟିମ୍‌କୁ ଧରି ଏହି ହିଂସାର ସୂତ୍ରପାତ କିପରି ଓ କେଉଁ ପରିସ୍ଥିତିରେ ହେଲା, କେଉଁ କେଉଁ ମାନେ ଏ ହିଂସାକୁ ପ୍ରୋତ୍ସାହନ ଦେଲେ ସେ ସମସ୍ତ ଘଟଣାର ତଦନ୍ତ କରିବ। ଏଥିସହ ହିଂସା କାଳରେ ଯେଉଁ ସମସ୍ତ ରାଜନେତାମାନେ ‘ଘୃଣା’ ଓ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇ ହିଂସାକୁ ଉସ୍‌କାଇଥିଲେ ସେମାନଙ୍କ ବିରୋଧରେ ମଧ୍ୟ ସ୍ୱତନ୍ତ୍ର ଭାବେ ଏଫ୍‌ଆଇଆର ରୁଜ୍ଜୁ କରିବା ସହ ତାହାର ତଦନ୍ତ ମଧ୍ୟ ଏହି ଏସ୍‌ଆଇଟି କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe