ଚେନ୍ନାଇରୁ ଶ୍ରୀଲଙ୍କାର ୨ ଅନ୍ତର୍ଦେଶୀୟ ଡ୍ରଗ୍‌ସ ବେପାରୀ ଗିରଫ; ୧୦୦୦ କୋଟିର ହିରୋଇନ୍‌ ଜବତ

Advertisment
ଚେନ୍ନାଇରୁ ଶ୍ରୀଲଙ୍କାର ୨ ଅନ୍ତର୍ଦେଶୀୟ ଡ୍ରଗ୍‌ସ ବେପାରୀ ଗିରଫ; ୧୦୦୦ କୋଟିର ହିରୋଇନ୍‌ ଜବତ

India Tv

ଚେନ୍ନାଇ/ ନୂଆଦିଲ୍ଲୀ: ଏକ ଅନ୍ତର୍ଦେଶୀୟ ଡ୍ରଗ୍‌ସ (ନିଷିଦ୍ଧ ମାଦକ ଦ୍ରବ୍ୟ) କାରବାର ରାକେଟରେ ସମ୍ପୃକ୍ତ ୨ ଜଣ ଶ୍ରୀଲଙ୍କା ନାଗରିକଙ୍କୁ ଆଜି ଚେନ୍ନାଇରେ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ପ୍ରାୟ ୧୦୦ କିଲୋଗ୍ରାମ ହିରୋଇନ୍‌ ଜବତ କରାଯାଇଛି, ଯାହାର ମୂଲ୍ୟ ୧୦୦୦ କୋଟି ହେବ।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ତାମିଲନାଡୁର ଚେନ୍ନାଇରୁ ଏମଏମ ନୱାସ ଏବଂ ମହମ୍ମଦ ଆଫନାଙ୍କୁ ଗିରଫ କରାଯାଇଥିଲା। ଏଠାରେ ଏମାନେ ସେମାନଙ୍କର ପ୍ରକୃତ ପରିଚୟ ଲୁଚାଇ ରହୁଥିଲେ ଏବଂ ଡ୍ରଗ୍‌ ସିଣ୍ଡିକେଟ୍‌ ଚଳାଇଥିଲେ। ଏମାନଙ୍କ ଡ୍ରଗ୍‌ ସିଣ୍ଡିକେଟ ପାକିସ୍ତାନ, ଆଫଗାନିସ୍ତାନ, ଇରାନ, ଶ୍ରୀଲଙ୍କା, ମାଲଦ୍ୱୀପ ଏବଂ ଅଷ୍ଟ୍ରେଲିଆରେ ଅବାଧ କାରବାର ଚଳାଇଥିଲା ବୋଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏକ ବିବୃତ୍ତିରେ କହିଛି।
ଗିରଫ କରାଯିବା ପରେ ଏମାନଙ୍କ ନିକଟରୁ ପ୍ରାୟ ୧୦୦ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି, ଯାହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୧୦୦୦ କୋଟି। ଏନସିବିର ତଦନ୍ତକାରୀ ଦଳ ଗତ ନଭେମ୍ବର, ୨୦୨୦ରୁ ଏମାନଙ୍କ ଉପରେ ନଜର ରଖିଥିଲା।

ଏନସିବି ଏବଂ ଇଣ୍ଡିଆନ କୋଷ୍ଟଗାର୍ଡ ଆଜି ଟ୍ୟୁଟିକୋରିନ ବନ୍ଦର ନିକଟରେ ଥିବା ଏକ ଜାହାଜକୁ ଅଟକାଇ ଏହାର ଅନୁସନ୍ଧାନ କରି ତା’ମଧ୍ୟରୁ ୯୫.୮୭ କିଲୋଗ୍ରାମ ହେରୋଇନ, ୧୬.୩୨ କିଲୋଗ୍ରାମ ମିଥାମଫେଟାମାଇନ୍‌, ପାଞ୍ଚଟି ପିସ୍ତଲ ଏବଂ ଗୁଳି ଭର୍ତ୍ତି ମାଗାଜିନ୍‌ ଉଦ୍ଧାର କରିଥିଲା। ଜାହାଜରେ ଥିବା ଶ୍ରୀଲଙ୍କାର ୬ ଜଣ ଜଣ କ୍ରୁ ସଦସ୍ୟଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।

ଏନ୍‌ସିବିର ଡେପୁଟି ଡାଇରେକ୍ଟର (ଅପରେସନ୍‌ସ) କେପିଏସ୍‌ ମାଲହୋତ୍ରା କହିଛନ୍ତି ଯେ ଚେନ୍ନାଇରୁ ଗିରଫ ହୋଇଥିବା ଉଭୟ ନୱାସ୍‌ ଏବଂ ଆଫନା ଅନ୍ତର୍ଦେଶୀୟ ଡ୍ରଗ ସିଣ୍ଡିକେଟର ଗୁରୁତ୍ୱପୂର୍ଣ୍ଣ ପଦବୀରେ ରଖିଥିଲେ। ଏବଂ ଏମାନେ ବହୁ ରାଷ୍ଟ୍ରୀୟ ହିରୋଇନ ସିଣ୍ଡିକେଟର ସଦସ୍ୟ। ନୱାସଙ୍କ ବିରୋଧରେ ଇଣ୍ଟରପୋଲ ଗ୍ଲୋବାଲ ଗିରଫ ୱାରେଣ୍ଟ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe