ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ

Advertisment
ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ

Image Courtesy of Hindustan Times

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ଘଟିଥିବା ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ପାକିସ୍ତାନ ସମର୍ଥିତ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।  ସୂଚନା ଅନୁସାରେ, କୁଲଗାମ ଜିଲ୍ଲାର ଆରାହ ଅଞ୍ଚଳରେ ସଂଘଠିତ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ  ଆଉ ଜଣେ ଆତଙ୍କବାଦୀକୁ  ତା’ଘରେ ଏକକାଉଣ୍ଟର କରାଯାଇଥିଲା।

ଦ୍ୱିତୀୟ ଆତଙ୍କବାଦୀ ଜଣକ ତା’ ପରିବାର ସଦସ୍ୟଙ୍କ ଆବେଦନ ସତ୍ତ୍ବେ ଆତ୍ମସମର୍ପଣ କରିବାକୁ ମନା କରିବା ପରେ ପୁଲିସ ସହ ଗୁଳି ବିନିମୟ ସମୟରେ ତାର ମୃତ୍ୟୁ ଘଟିଥିଲା ବୋଲି ଜାମ୍ମୁ-କାଶ୍ମୀର ପୁଲିସ କହିଛି। ଜାମ୍ମୁ-କାଶ୍ମୀର ପୁଲିସର ଆଇଜି (କାଶ୍ମୀର ରେଞ୍ଜ)କହିଛନ୍ତି, ‘ଦ୍ବିତୀୟ ଆତଙ୍କବାଦୀ ଜଣକ ଘରେ ଲୁଚି ରହିଥିବା ବେଳେ ଆମେ ତାର ପରିବାରକୁ ବାହାରକୁ ଆଣିଥିଲୁ।  ଫଳରେ ଏହି ଅପରେସନ୍ କିଛି ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା। ପରିବାର ଲୋକ ତାକୁ ଆତ୍ମସମର୍ପଣ କରିବାକୁ ପ୍ରବର୍ତ୍ତାଇ ଥିଲେ । ମାତ୍ର ସେ ରାଜି ହୋଇ ନ ଥିଲା । ଫଳରେ ତାକୁ ଜୀବନ୍ତ ଧରିବାକୁ ଅପରେସନ୍ ଆରମ୍ଭ ହୋଇଥିଲା। ତେବେ ଶେଷରେ ସେ ଗୁଳିବିନିମୟରେ ପ୍ରାଣ ହରାଇଥିଲା।’

ଏହାପୂର୍ବରୁ ଗୁଳି ବିନିମୟରେ ପ୍ରଥମ ଆତଙ୍କବାଦୀ ନିହତ ହୋଇଥିଲା ଏବଂ ତିନିଜଣ ସୁରକ୍ଷା ବାହିନୀର କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe