ଜମ୍ମୁ ଓ କଶ୍ମୀରର କିସ୍ତଓ୍ବାରରେ ଏନକାଉଣ୍ଟର, ୨ ଆତଙ୍କବାଦୀ ମୃତ, ୪ ଯବାନ ଆହତ

ଜମ୍ମୁ-କଶ୍ମୀରର କିସ୍ତୱାର ଜିଲ୍ଲାରେ ଶୁକ୍ରବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହେବା ସହ ସେନାର ୪ ଜଣ ଯବାନ ଆହତ ହୋଇଛନ୍ତି।

ନାଗା ବିଦ୍ରୋହୀଙ୍କ ଉପରେ ଭୟଙ୍କର ଆକ୍ରମଣ

ଶ୍ରୀନଗର: ଜମ୍ମୁ-କଶ୍ମୀରର କିସ୍ତୱାର ଜିଲ୍ଲାରେ ଶୁକ୍ରବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହେବା ସହ ସେନାର ୪ ଜଣ ଯବାନ ଆହତ ହୋଇଛନ୍ତି। ଅପରେସନ ଏବେ ବି ଜାରି ରହିଛି। 

ସେନାର ହ୍ୱାଇଟ୍ ନାଇଟ୍ କର୍ପସ୍ ଏହି ଏନକାଉଣ୍ଟର ସମ୍ପର୍କରେ ଟୁଇଟ୍ କରିଛି। ହ୍ଵାଇଟ୍ ନାଇଟ୍ କର୍ପସ୍ ଅନୁଯାୟୀ, କିସ୍ତଓ୍ଵାରର ଚାଟ୍ରୁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ ମିଳିତ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷାବାହିନୀ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଏଥିରେ ସେନାର ୪ ଜଣ ଯବାନ ଆହତ ହୋଇଥିଲେ। ଅପରେସନ୍ ଏବେ ବି ଜାରି ରହିଛି।

ହ୍ଵାଇଟ୍ ନାଇଟ୍ କର୍ପସ୍ ଅନୁଯାୟୀ, କିସ୍ତଓ୍ଵାରର ଚାଟ୍ରୁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ ମିଳିତ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷାବାହିନୀ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା।

ଏହା ପୂର୍ବରୁ ସେପ୍ଟେମ୍ବର ୧୧ ତାରିଖରେ ଜମ୍ମୁ-କଶ୍ମୀରର ଉଧମପୁର ଜିଲ୍ଲାର ବସନ୍ତଗଡ଼ଉପର ମୁଣ୍ଡରେ ସୁରକ୍ଷାବାହିନୀ ଏନକାଉଣ୍ଟର କରି ଜୈଶ-ଏ-ମହମ୍ମଦ ସଂଗଠନର ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଏନକାଉଣ୍ଟର ସ୍ଥଳରୁ ଦୁଇ ଜଣ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୁହେଁ ପାକିସ୍ତାନର ବାସିନ୍ଦା ଥିଲେ। ସେମାନଙ୍କ ନିକଟରୁ ଗୋଟିଏ ଏମ୍-୪ କାର୍ବାଇନ୍, ଗୋଟିଏ ଏକେ ରାଇଫଲ୍, ଗୋଟିଏ ପିସ୍ତଲ ଓ ବିପୁଳ ପରିମାଣର ଗୁଳି ଓ ଖାଦ୍ୟ ସାମଗ୍ରୀ ଜବତ କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe