ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମାରେ ଏନ୍‌କାଉଣ୍ଟର୍‌: ୨ଜଣ ଆତଙ୍କବାଦୀ ନିହତ

ପଞ୍ଜାବ ସୀମାନ୍ତରେ ଦୁଇ ପାକିସ୍ତାନ ଅନୁପ୍ରବେଶକାରୀ ‘ବିଏସ୍ଏଫ୍’ ଗୁଳି ଚୋଟରେ ନିହତ

ଉତ୍ତର-ପୂର୍ବାଞ୍ଚଳ ପରେ ଜମ୍ମୁ ଓ କଶ୍ମୀରର କେତେକ ଜିଲ୍ଲାରୁ ବି ହଟିବ ଆଫସ୍ପା !

Image Courtesy of India Today

ନୂଆଦିଲ୍ଲୀ: ଶନିବାର ଦିନ ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମା ଅନ୍ତର୍ଗତ ନାଗବେରାନ୍-ତାରସାର ଅରଣ୍ୟାଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଦ୍ୟାବଧି ନିହତ ଆତଙ୍କବାଦୀମାନଙ୍କର ପରିଚୟ ମିଳିପାରି ନାହିଁ, କିଂବା ସେମାନେ କେଉଁ ସଙ୍ଗଠନର ତାହା ଜଣାପଡ଼ିନାହିଁ।

ଟୁଇଟ୍‌ କରି କଶ୍ମୀର ଜୋନ୍‌ ପୁଲିସ କହିଛି, ଏନ୍‌କାଉଣ୍ଟର୍‌ର ସଠିକ ଅବସ୍ଥିତି ହେଉଛି ନାମିବିୟାନ୍‌ ଏବଂ ମାରସାର ମଧ୍ୟସ୍ଥ ଦଚିଗାମ୍ ଅରଣ୍ୟର ସାଧାରଣ ଅଞ୍ଚଳ।

publive-image Image Courtesy of NDTV

ସେଠାରେ ଆତଙ୍କବାଦୀମାନ ଉପସ୍ଥିତି ସମ୍ବନ୍ଧରେ ସୂଚନା ପାଇବା ପରେ ନିରାପତ୍ତା ବଳ ‘କର୍ଡନ୍ ଆଣ୍ଡ୍‌ ସର୍ଚ’ ଅଭିଯାନ ଆରମ୍ଭ କରିଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତଲାସକାରୀ ନିରାପତ୍ତା ବଳଙ୍କ ଉପରକୁ ପ୍ରଥମେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ପ୍ରତିରକ୍ଷା ପାଇଁ ନିରାପତ୍ତା ବଳ ପାଲଟା ଗୁଳି ଚାଳନା କରିବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା। ଗୁଳି ବିନିମୟ ସମୟରେ ହିଁ ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଲା।

ସମ୍ପ୍ରତି ଘଟଣାସ୍ଥଳରେ ତଲାସ ଅଭିଯାନ ଚାଲୁ ରହିଛି।

ଅନ୍ୟ ଏକ ଘଟଣାରେ, ପଞ୍ଜାବର ତର୍ଣ୍ଣ ତରଣ ଜିଲ୍ଲା ଅନ୍ତର୍ଗତ ଆନ୍ତର୍ଜାତିକ ସୀମାନ୍ତରେ ସୀମା ସୁରକ୍ଷା ବଳଙ୍କ ଗୁଳି ଚୋଟରେ ଦୁଇଜଣ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ଶୁକ୍ରବାର ରାତି ୮.୪୮ ମିନିଟ୍‌ରେ ‘ବିଏସ୍‌ଏଫ୍‌’ ଯବାନମାନେ ସୀମାନ୍ତ ବାଡ଼ ନିକଟରେ ସେମାନଙ୍କର ସନ୍ଦିଗ୍ଧ ଚଲାବୁଲା ଦେଖି ଅଟକିବାକୁ ଚେତାବନୀ ଦେଇଥିଲେ। ବାରମ୍ବାର ଚେତାବନୀ ଦେଇ ସୁଦ୍ଧା ସେମାନେ କର୍ଣ୍ଣପାତ ନ କରିବାରୁ ବିପଦ୍ ଆଶଙ୍କା କରି ‘ବିଏସ୍‌ଏଫ୍‌’ ଯବାନମାନେ ଗୁଳି ଚଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe