ଜମ୍ମୁ-କଶ୍ମୀରର ଅନନ୍ତନାଗ‌ରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିହତ

Advertisment
ଜମ୍ମୁ-କଶ୍ମୀରର ଅନନ୍ତନାଗ‌ରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିହତ

indiatoday

ଶ୍ରୀନଗର: ଦୁଇ ଆତଙ୍କବାଦୀଙ୍କୁ ନିପାତ କଲା ଭାରତୀୟ ସେନା। ଶନିବାର ଜମ୍ମୁ-କଶ୍ମୀରର ଅନନ୍ତନାଗରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସାମଗ୍ରୀ ଜବତ କରିଛି କଶ୍ମୀର ଜୋନ୍ ପୁଲିସ।

ସୂଚନା ମୁତାବକ, ଶନିବାର ଅନନ୍ତନାଗର ବିଜବେହାରା ଅଞ୍ଚଳର ଶାଦିପୋରାଠାରେ ଏହି ଏନକାଉଣ୍ଟର ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ଏବଂ ସୁରକ୍ଷା ବାହିନୀ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି। ତେବେ ଜମ୍ମୁ କାଶ୍ମୀରର ଅବନ୍ତିପୁରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଶୁକ୍ରବାର ଦିନ ୨ ଏଲ୍‌ଇଟି ଆତଙ୍କବାଦୀ ନିପାତ ହୋଇଥିଲେ। ଅନ୍ୟପକ୍ଷରେ ଗତ ୩ ଦିନରେ ସେନା ଏବଂ ଜମ୍ମୁ କାଶ୍ମୀର ପୁଲିସ କାର୍ଯ୍ୟାନୁଷ୍ଠାନରେ ୧୦ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶୁକ୍ରବାର ଭୋର୍‌ ସମୟରେ ଅଗାଂଜିପୁରା‌ରେ ମିଳିତ ସର୍ଚ ଅପ‌ରେସନ୍‌ ଆରମ୍ଭ ହୋଇଥିଲା। ଏହି ଅପରେସନ୍‌ ପରେ ଏନ୍‌କାଉଣ୍ଟରରେ ପରିଣତ ହୋଇଥିଲା ଏବଂ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି।

ନିକଟରେ ଟିଭି କଳାକାର ଅମରିନ୍‌ ଭଟ୍ଟଙ୍କୁ ହତ୍ୟା କରିଥିବା ୨ ଜଣ ଏଲ୍‌ଇଟି ଆତଙ୍କବାଦୀଙ୍କ ସମେତ ୪ ଜଣ ଆତଙ୍କବାଦୀ ଗତ ରାତିରେ ନିପାତ ହୋଇଛନ୍ତି। ବଡ଼ଗାମ ଅଂଚଳରେ ସକ୍ରିୟ ଥିବା ଆତଙ୍କବାଦୀ ଶାହିଦ ମୁସ୍ତାକ ଭଟ ଏବଂ ପୁଲୱାମାର ଫରହାନ ହବିବ୍‌ ଅମରିନ୍‌ଙ୍କୁ ତାଙ୍କ ଘରେ ପଶି ଗୁଳି କରି ହତ୍ୟା କରିଥିଲେ। ଉକ୍ତ ୨ ଆତଙ୍କବାଦୀ ନିକଟରେ ଏଲ୍‌ଇଟିରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe