ଅନନ୍ତନାଗ ଠାରେ ନିରାପତ୍ତା ବଳ ସହ ଗୁଳି ବିନିମୟ ଯୋଗୁଁ ୨ ଆତଙ୍କବାଦୀ ନିହତ

ଅନନ୍ତନାଗ ଠାରେ ନିରାପତ୍ତା ବଳ ସହ ଗୁଳି ବିନିମୟ ଯୋଗୁଁ ୨ ଆତଙ୍କବାଦୀ ନିହତ

image Courtesy of India Today

କଶ୍ମୀର: ଅନନ୍ତନାଗର ଦୂରୁ ଅଞ୍ଚଳରେ ଦୁଇ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଗତରାତିରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଏଥିରେ ଉକ୍ତ ଆତଙ୍କବାଦୀ ଦ୍ୱୟ ନିହତ ହୋଇଥିବା ଜଣା ପଡ଼ିଛି।

ଗୁଳି ବିନିମୟ ସ୍ଥଳରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ରାତି ୧୧ଟାରେ ଆରମ୍ଭ ହୋଇଥିବା ଗୁଳିବିନିମୟରେ ନିହତ ଆତଙ୍କବାଦୀଙ୍କ ସେ ଦୁଇ ଆତଙ୍କବାଦୀ ହେଉଛନ୍ତି ଅସ୍‌ରଫ୍‌ ମୋଲବି ଏବଂ ତାଙ୍କ ଅଙ୍ଗରକ୍ଷୀ ଅସିଫ୍‌।

ଆତଙ୍କବାଦୀଙ୍କ ଉପସ୍ଥିତିର ସୂଚନା ପାଇବା ପରେ ରାଷ୍ଟ୍ରୟ ରାଇଫଲ୍‌, ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ ଫୋର୍ସ ଏବଂ ରାଜ୍ୟ ପୁଲିସର ସ୍ପେସାଲ ଅପରେସନ୍‌ ଗ୍ରୁପ୍‌ ଶୁକ୍ରବାର ସନ୍ଧ୍ୟାରେ ଶିଷ୍ଟାଗ୍ରାମ ଗାଁକୁ ଘେରାଉ କରିଥିଲେ।

କର୍ଡନ୍‌ ପାଖକୁ ପାଖ ଘୁଞ୍ଚି ଚାଲିବା ଦେଖି ଆତଙ୍କବାଦୀମାନେ ନିରାପତ୍ତା ରକ୍ଷୀଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ସେ ଅଞ୍ଚଳକୁ କର୍ଡନ କରାଯାଇଛି। ବାନିହାଲ୍‌ ଶ୍ରୀନଗର ଏକ୍ସିସ୍‌ରେ ଇଣ୍ଟର୍‌ନେଟ୍‌ ଓ ଟ୍ରେନ୍‌ ସେବା ବାତିଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe