ଶ୍ରୀନଗର: ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷା ବାହିନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର କମାଣ୍ଡର ସୈଫୁଲ୍ଲା ଓ ତାର ଅନ୍ୟଜଣେ ସହଯୋଗୀକୁ ନିହତ କରିବାରେ ସଫଳ ହୋଇଛି।
ଅଧିକପଢ଼ନ୍ତୁ:ନେପାଳରେ ଭୟଙ୍କର ଭୂମିକମ୍ପ, ଥରିଉଠିଲା ଘରଦ୍ବାର
କିସ୍ତଵାର ଅଞ୍ଚଳରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଅପରେସନ୍ ତ୍ରାଶି-୧ ଅଧୀନରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ସେନା, ପୁଲିସ ଓ ସିଆରପିଏଫର ମିଳିତ ବାହିନୀ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ଏବଂ ସକାଳ ପ୍ରାୟ ସାଢ଼େ ୧୦ଟାରେ ଚାତରୁ ବେଲ୍ଟର ପାସେରକୁଟ୍ ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।
ଦୁଇଟି ଏକେ-୪୭ ରାଇଫଲ୍, ଗୁଳିଗୋଳା ଓ ଅନ୍ୟାନ୍ୟ ଆତଙ୍କବାଦୀ ସାମଗ୍ରୀ ଜବତ
ଅଧିକାରୀ କହିଛନ୍ତି, ଏକ ପାହାଡ଼ ଉପରେ ଏକ ମାଟି ଘର ଭିତରେ ଲୁଚି ରହିଥିବା ଆତଙ୍କବାଦୀମାନେ ଆସୁଥିବା ସୈନିକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ, ଯାହା ଫଳରେ ଏକ ଭୟଙ୍କର ଏନକାଉଣ୍ଟର ହୋଇଥିଲା। ଏହି ଅପରେସନରେ ଏପର୍ଯ୍ୟନ୍ତ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ଦୁଇଟି ଏକେ-୪୭ ରାଇଫଲ୍, ଗୁଳିଗୋଳା ଓ ଅନ୍ୟାନ୍ୟ ଆତଙ୍କବାଦୀ ସାମଗ୍ରୀ ଜବତ କରାଯାଇଛି। ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି ଏବଂ କୌଣସି ଲୁଚି ରହିଥିବା ଆତଙ୍କବାଦୀ ଯେପରି ସେମାନଙ୍କ ଦୃଷ୍ଟିରୁ ଖସି ନ ଯାଆନ୍ତି ତାହା ନିଶ୍ଚିତ କରିବା ପାଇଁ ନିରନ୍ତର ତଲାସୀ ଅଭିଯାନ ଚଳାଇଛନ୍ତି।
ଅଧିକପଢ଼ନ୍ତୁ:ଇରାନରେ ପୁଣି ପ୍ରତିବାଦର ନିଆଁ; ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ
Follow Us