Image Courtesy of Hindustan Times
ଶ୍ରୀନଗର: ଶନିବାର ସକାଳେ ଉତ୍ତର କଶ୍ମୀରର ନୌଗାମ ସେକ୍ଟର୍ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଥିବା କଥା ଭାରତୀୟ ସେନା ଅଧିକାରୀମାନେ କହିଛନ୍ତି।
ସେନାର ଜଣେ ମୁଖପାତ୍ର କହିଛନ୍ତି, ଶନିବାର ପ୍ରତ୍ୟୁଷରେ ବାରମୂଳା ଅଞ୍ଚଳର ନୌଗାମ ସେକ୍ଟର୍ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ପାଖରେ ଯବାନମାନେ ସନ୍ଦିଗ୍ଧ ଆତଯାତ ଦେଖିଥିଲେ। ସୁରକ୍ଷା ବଳ ତୁରନ୍ତ ଅତର୍କିତ ଆକ୍ରମଣ ଚଳାଇବା ଫଳରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଦୁଇଟି ଏକେ-୪୭ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଦଳେ ଆତଙ୍କବାଦୀ ଲୁଚି ଲୁଚି ନିୟନ୍ତ୍ରଣ ରେଖା ଏପଟକୁ ପ୍ରବେଶ କରିବା ବେଳେ ସତର୍କ ଥିବା ଯବାନମାନେ ସେମାନଙ୍କୁ ଦେଖି ପକାଇଥିଲେ। କିନ୍ତୁ, ଆତଙ୍କବାଦୀମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ସେନା ପାଲଟା ଗୁଳି ଚଳାଇଥିଲା। କାଳେ ଅଧିକ ଆତଙ୍କବାଦୀ ଆତ୍ମଗୋପନ କରିଥିବେ, ଏହି ଆଶଙ୍କା କରି ଏବେ ସୁରକ୍ଷାବଳ ସମ୍ପୃକ୍ତ ଅଞ୍ଚଳକୁ କର୍ଡନ୍ କରି ତଲାସ ଅଭିଯାନ ଚଳାଇଛି।
Follow Us