ବଙ୍ଗ ନିର୍ବାଚନୀ ହିଂସାରେ ପୁଣି ୨ଜଣ ‘ତୃଣମୂଳ କଂଗ୍ରେସ’ କର୍ମୀଙ୍କୁ ହତ୍ୟା; ୨୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

Advertisment
ବଙ୍ଗ ନିର୍ବାଚନୀ ହିଂସାରେ ପୁଣି ୨ଜଣ ‘ତୃଣମୂଳ କଂଗ୍ରେସ’ କର୍ମୀଙ୍କୁ ହତ୍ୟା; ୨୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

Image Courtesy of The Indian Express

କୋଲ୍‌କାତା: ଆଉ ୨ଜଣ ‘ତୃଣମୂଳ କଂଗ୍ରେସ କର୍ମୀ’ଙ୍କୁ ହତ୍ୟା କରାଯିବା ପରେ ଆଜି ସକାଳସୁଦ୍ଧା ପଶ୍ଚିମବଙ୍ଗ ନିର୍ବାଚନୀ ହିଂସାକାଣ୍ଡଜନିତ ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ରାତିରେ ମାଲ୍‌ଦାର ବୈଷ୍ଣବ ନଗରରେ ଜଣେ ‘ତୃଣମୂଳ କଂଗ୍ରେସ କର୍ମୀ’ଙ୍କୁ ଛୁରି ମାରି ହତ୍ୟା କରାଯାଇଥିଲା। ମୃତ ବ୍ୟକ୍ତି ହେଉଛନ୍ତି ‘ତୃଣମୂଳ କଂଗ୍ରେସ’ର ସକ୍ରିୟ ସଦସ୍ୟ ମାତ୍ୟୁର୍‌ ରହମନ୍‌। ସେ ଭୋଟ୍‌ ଦେବା ପାଇଁ ବୁଥ୍‌କୁ ଆସିଥିବା ବେଳେ କେତେକ ଲୋକ ତାଙ୍କୁ ଘେରିଯାଇ ଛୁରି ମାରିଥିଲେ। ଏଥିପାଇଁ ‘ତୃଣମୂଳ କଂଗ୍ରେସ’ ବିରୋଧୀ ‘କଂଗ୍ରେସ’ ଦଳକୁ ଦାୟୀ କରିଛି। ଏହି ସଂଘର୍ଷରେ ଆଉ ୬ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

publive-image Image Courtesy of India Today

ଏହାଛଡ଼ା, ବାସନ୍ତୀରେ ସଂଘର୍ଷ ବେଳେ ଆହତ ହୋଇଥିବା ଅନ୍ୟତମ ସକ୍ରିୟ ‘ତୃଣମୂଳ କଂଗ୍ରେସ’ କର୍ମୀ ୬୨ ବର୍ଷିୟ ଆଝାର୍‌ ଲଶ୍କର୍‌ଙ୍କର ଶନିବାର ବିଳମ୍ବିତ ରାତ୍ରରେ କୋଲ୍‌କାତାର ‘ଏସ୍‌ଏସ୍‌କେଏମ୍‌’ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଶନିବାର ଦିନ ଦକ୍ଷିଣ ୨୪ ପ୍ରଗଣାର ବାସନ୍ତୀରେ ‘ତୃଣମୂଳ କଂଗ୍ରେସ’ର ଓ ‘ରିଭୋଲ୍ୟୁସ୍‌ନେରି ସୋସିଆଲିଷ୍ଟ୍‌ ପାର୍ଟି’ (ଆର୍‌ଏସ୍‌ପି) କର୍ମୀଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ଘଟିବାରୁ ୧୦ଜଣ ଲୋକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଲଶ୍କର୍‌ ଅନ୍ୟତମ।

ଉଲ୍ଲେଖଯୋଗ୍ୟ, ଶନିବାର ଦିନ ପଶ୍ଚିମବଙ୍ଗ ଗ୍ରାମ ପଞ୍ଚାୟତ ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ହିଂସାକାଣ୍ଡ ଘଟିଥିଲା। ଅନେକ ସ୍ଥାନରେ ବାଲଟ୍‌ ବକ୍ସ୍‌ ଭଙ୍ଗା ଯାଇଥିବା ବେଳେ ପ୍ରତିଦ୍ବନ୍ଦ୍ବୀ ଦଳର କର୍ମୀମାନଙ୍କ ଉପରକୁ ବୋମା ଫିଙ୍ଗାଯାଇଥିଲା।

ଶନିବାର ସୁଦ୍ଧା ନିର୍ବାଚନୀ ହିଂସାଜନିତ ମୃତ୍ୟୁସଂଖ୍ୟା  ଥିଲା ୧୮।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe