ଜମ୍ମୁ-କଶ୍ମୀର: ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ; ଦୁର୍ଘଟଣାରେ ୨ ଯବାନଙ୍କ ମୃତ୍ୟୁ

ଜମ୍ମୁ-କଶ୍ମୀର: ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ; ଦୁର୍ଘଟଣାରେ ୨ ଯବାନଙ୍କ ମୃତ୍ୟୁ

Image Courtesy: India Tv News

ଶ୍ରୀନଗର: ଗୁରୁବାର ଦିନ ଜମ୍ମୁ- କଶ୍ମୀରର ସୋପିଆନ ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଗୁଳି ବିନିମୟ ସ୍ଥଳକୁ ଯିବା ବାଟରେ ସେମାନଙ୍କ ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାରୁ ଦୁଇ ଜଣ ସେନା କର୍ମଚାରୀ ପ୍ରାଣ ହରାଇଛନ୍ତି ବୋଲି ସେନା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।
ସୋପିଆନର ଜୈନାପୋରା ଅଞ୍ଚଳରେ ବଡିଗାମରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସର୍ଚ୍ଚ ଅପରେସନ୍‌ ସମୟରେ ସଂପୃକ୍ତ ଅଞ୍ଚଳରେ ଆତମଗୋପନ କରି ଲୁଚି ରହିଥିବା ଆତଙ୍କବାଦୀମାନେ ସେନା ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ ଯାହା ଫଳରେ ଏନକାଉଣ୍ଟର ହୋଇଥିଲା ବୋଲି ସେ କହିଛନ୍ତି। ଗୁଳି ବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ଅଧିକାରୀ ଜଣକ କହିଛନ୍ତି, ସେମାନଙ୍କର ପରିଚୟ ଏବଂ ସେମାନେ କେଉଁ ଆତଙ୍କବାଦୀ ଗୋଷ୍ଠୀ ସହ ଜଡ଼ିତ ସେ ସଂପର୍କରେ ଏବେ ତଦନ୍ତ ଚାଲିଛି।

ଏଥିସହ ଯବାନମାନଙ୍କୁ ନେଇ ଏନକାଉଣ୍ଟର ସ୍ଥଳକୁ ଯାଉଥିବା ସମୟରେ ସେନାର ଏକ ଗାଡି ଦୁର୍ଘଟଣାର ସମ୍ମୁଖୀନ ହେବାରୁ ଦୁଇ ଜଣ ସେନା ଯବାନଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ ବୋଲି ଅଧିକାରୀ ଜଣକ କହିଛନ୍ତି।

ସେ କହିଛନ୍ତି, ୪୪ ରାଷ୍ଟ୍ରୀୟ ରାଇଫଲ୍‌ସର ଏକ ସେନା ଦଳ ବଡିଗାମ୍‌ ଜୈନାପୋରାରେ ଏନକାଉଣ୍ଟର ସ୍ଥଳ ଆଡକୁ ଯାଉଥିବା ସୁମୋରେ ଥିବା ବେଳେ ଗାଡିଟି ଚୌଗାମ ସୋପିଆନ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା, ଯେଉଁଥିପାଇଁ ଦୁଇ ଜଣ ସେନା ଯବାନଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଦୁଇଜଣ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe