ମୁଣ୍ଡ କଟା ଶବକୁ ଗଙ୍ଗା ନଦୀରେ ଫିଙ୍ଗୁଥିବା ବେଳେ ୨ ମହିଳା ଗିରଫ

Advertisment

ଗଙ୍ଗା ନଦୀର ଅହିରତୋଲା ଘାଟରେ ଦୁଇଜଣ ମହିଳା ମୁଣ୍ଡ କଟା ଯାଇଥିବା ଏକ  ଶବକୁ ଟ୍ରଲି ବ୍ୟାଗ୍‌ରେ ଆଣି ଫିଙ୍ଗୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ବାରା ଧରାପଡ଼ିଛନ୍ତି। ସୂଚନାନୁସାରେ, ଆଜି ପୂର୍ବାହ୍‌ଣ ୭ଟା ୩୦ରେ  ଦୁଇଜଣ ମହିଳା ଟ୍ୟାକ୍ସିରେ ଅହିରତୋଲା ଘାଟରେ ପହଞ୍ଚିଥିଲେ।

gdjgnvcb

କୋଲକାତା: ଗଙ୍ଗା ନଦୀର ଅହିରତୋଲା ଘାଟରେ ଦୁଇଜଣ ମହିଳା ମୁଣ୍ଡ କଟା ଯାଇଥିବା ଏକ  ଶବକୁ ଟ୍ରଲି ବ୍ୟାଗ୍‌ରେ ଆଣି ଫିଙ୍ଗୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ବାରା ଧରାପଡ଼ିଛନ୍ତି। ସୂଚନାନୁସାରେ, ଆଜି ପୂର୍ବାହ୍‌ଣ ୭ଟା ୩୦ରେ  ଦୁଇଜଣ ମହିଳା ଟ୍ୟାକ୍ସିରେ ଅହିରତୋଲା ଘାଟରେ ପହଞ୍ଚିଥିଲେ। ସେମାନେ ଏକ ନୀଳ ବର୍ଣ୍ଣର ଟ୍ରଲି ବ୍ୟାଗ୍‌  ନେଇ ନଦୀରେ ଫିଙ୍ଗୁଥିବା ବେଳେ ସ୍ଥାନୀୟ ଲୋକଙ୍କ ନଜରରେ ପଡ଼ିଥିଲା। ସେମାନେ ଦୁଇ ମହିଳାଙ୍କୁ ଅଟକାଇ ବ୍ୟାଗ୍‌ରେ କ’ଣ ଅଛି ବୋଲି ପଚାରିଥିଲେ।

ପ୍ରଥମେ ସେମାନେ କହିବାକୁ ଅମଙ୍ଗ ହୋଇଥିଲେ। ପରେ ଭିଡ଼ ବଢ଼ିବା ଓ ଲୋକଙ୍କ ଚାପକୁ ଦେଖି ସେମାନେ କହିଥିଲେ ଯେ ଆତ୍ମହତ୍ୟା କରିଥିବା ଜଣେ ସଂପର୍କୀୟଙ୍କ ଶବ ବ୍ୟାଗ୍‌ରେ ରହିଛି। ବ୍ୟାଗ୍‌ ଖୋଲିବା ବେଳେ ସେଥିରେ ମୁଣ୍ଡ  ଓ ଅନ୍ୟ ଅଙ୍ଗ କଟାଯାଇ  ଏକ ଶବ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଲୋକମାନେ ତୁରନ୍ତ ପୁଲିସକୁ ସୂଚିତ କରିଥିଲେ।  ଉଭୟ ମହିଳାଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଉଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe