ବାବା ମହେନ୍ଦ୍ରନାଥ ମନ୍ଦିରରେ ଦଳାଚକଟା, ୨ ମହିଳା ମୃତ

Advertisment
ବାବା ମହେନ୍ଦ୍ରନାଥ ମନ୍ଦିରରେ ଦଳାଚକଟା, ୨ ମହିଳା ମୃତ

AajTak

ବିହାର : ମହାମାରୀ କରୋନା ହେତୁ ଦୁଇ ବର୍ଷ ବନ୍ଦ ରହିବା ପରେ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲିଛି। ଶ୍ରାବଣ ମାସ ପ୍ରଥମ ସୋମବାର ଉପଲକ୍ଷେ ଆଜି ଶିବ ମନ୍ଦିରରେ ଜଳାଭିଷେକ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ମଧ୍ୟରେ ଅଘଟଣ ଘଟିଛି। ବିହାରର ସିବାନ ଜିଲ୍ଲାରେ ଥିବା ଐତିହାସିକ ବାବା ମହେନ୍ଦ୍ର ନାଥ ଶିବ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ହୋଇ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଦୁଇଜଣ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଦୁଇଜଣ ମହିଳା ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ମନ୍ଦିର ପରିସରରେ ବିଶାଳ ପୁଲିସ ବାହିନୀ ମୁତୟନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe