ଛତିଶଗଡ଼ର ବିଜାପୁରରେ ଏନ୍‌କାଉଣ୍ଟର୍‌: ୨ ମହିଳା ମାଓବାଦୀ କ୍ୟାଡର୍‌ ନିହତ

Advertisment
ମାଓ ଆକ୍ରମଣ: ଓଡ଼ିଶା ସୀମାରେ ହାଇ ଆଲର୍ଟ

Image Courtesy of NDTV

ରାୟପୁର: ଆଜି ସକାଳେ ବସ୍ତରର ବିଜାପୁର ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ୨ଜଣ ମହିଳା ମାଓବାଦୀ କ୍ୟାଡର୍‌ ନିହତ ହୋଇଥିବା କଥା ପୁଲିସ କହିଛି।

ପୁଲିସ କହିଛି ଯେ, ବିଜାପୁର ଜିଲ୍ଲାର ନୈମେଦ୍‌ ଥାନା ଅନ୍ତର୍ଗତ ଜାବେଲି ଗାଁ ନିକଟ ଜଙ୍ଗଲରେ ଉକ୍ତ ଏନ୍‌କାଉଣ୍ଟର୍‌ ସଙ୍ଗଠିତ ହୋଇଥିଲା। ଘଟଣାସ୍ଥଳରୁ ଗୋଟି, ୯ଏମ୍.ଏମ୍‌. ପିସ୍ତଲ ସହ ପୁଲିସ ୨ଟି ଅସ୍ତ୍ର ଉଦ୍ଧାର କରିଛି।

ବସ୍ତର ରେଞ୍ଜ୍‌ ପୁଲିସ ଇନ୍‌ପେକ୍ଟର୍‌ ଜେନେରାଲ୍‌ କହିଛନ୍ତି, ‘ଡିଷ୍ଟ୍ରିକ୍ଟ୍‌ ରିଜର୍ଭ ଗାର୍ଡ’ (ଡିଆର୍‌ଜି) ଏବଂ ‘ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ’ (ସିଆର୍‌ପିଏଫ୍‌)ର ମିଳିତ ଟିମ୍‌ ଶନିବାର ରାତିରେ ନକ୍ସଲ-ବିରୋଧୀ ଅଭିଯାନରେ ବାହାରିଥିଲେ। ରବିବାର ସକାଳ ପ୍ରାୟ ୬.୧୫ ବେଳକୁ ଉକ୍ତ ଟିମ୍‌ ମାଓବାଦୀଙ୍କ ଉପସ୍ଥିତି ସନ୍ଦେହ କରି ଗୋଟାଏ ପାହାଡ଼କୁ ଘେରି ଯାଇଥିଲେ। ହଠାତ୍‌ ଆତ୍ମଗୋପନ କରିଥିବା ମାଓବାଦୀମାନେ ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।

publive-image Image Courtesy of News18

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୁଳି ବିନିମୟ ବନ୍ଦ ହେବା ପରେ ପୁଲିସ ଘଟଣାସ୍ଥଳରୁ ସଶସ୍ତ୍ର କ୍ୟାଡର୍‌ର ୨ଟି ଶବ ଉଦ୍ଧାର କରିଛନ୍ତି। ଉଭୟ ହେଉଛନ୍ତି ମହିଳା କ୍ୟାଡର୍‌। ଆମେ ଗୋଟିଏ୧୨ ବୋର୍‌ ବନ୍ଧୁକ, ‌ଗୋଟିଏ ୯ ଏମ୍‌. ଏମ୍‌. ପିସ୍ତଲ୍‌, ଗୋଛାଏ  କର୍ଡେକ୍ସ୍‌ ତାର ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛୁ। ଘଟଣାସ୍ଥଳକୁ ଅଧିକ ନିରାପତ୍ତା ବଳ ପଠାଯିବା ପରେ ଜଙ୍ଗଲରେ କମ୍ବିଙ୍ଗ୍‌ ଅପରେସନ୍‌ ଚାଲିଛି।

ନିହତ ମହିଳା କ୍ୟାଡର୍‌ ମାଓବାଦୀଙ୍କ ପରିଚୟ ମିଳିନାହିଁ ଏବଂ ସେମାନଙ୍କ ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe