ପାଟନା: ବିହାର ପୁଲିସ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୦ଟି ଏକ-୪୭ ବନ୍ଧୁକ ଏବଂ ୫୦୦ରୁ ଊର୍ଦ୍ଧ୍ବ ଏକେ-୪୭ ଯନ୍ତ୍ରାଂଶ ଜବତ କରିଛି। କୂଅ ଏବଂ ନଦୀପଠାରୁ ଏହା ଜବତ କରାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ କିଛି ଚୋରା ବେପାରି ବେଆଇନ ଭାବେ ବନ୍ଧୁକ କାରବାର କରୁଥିବା ପୁଲିସ ଖବର ପାଇଥିଲା। ସଂପୃକ୍ତ ରୢାକେଟ୍କୁ ଧରିବା ପାଇଁ ଆଜି ଚଢ଼ଉ କରିଥିଲା। ଚଢ଼ଉ ବେଳେ ରାଜ୍ୟର ମୁଙ୍ଗେର ଜିଲ୍ଲାରୁ ଏକେ-୪୭ ବନ୍ଧୁକ ଓ ବିଭିନ୍ନ ଅସ୍ତ୍ରଶସ୍ତ୍ରର ଯନ୍ତ୍ରାଂଶ ଜବତ କରାଯାଇଛି।
କୂଅ, ନଦୀପଠାରୁ ୨୦ଟି ଏକେ-୪୭ ଜବତ
Advertisment
Follow Us