Image Courtesy of NDTV
ମାରିୟୁପୋଲ୍: ଦୀର୍ଘ ପ୍ରତିକ୍ଷା ପରେ ରୁଷ୍ ଅଧିକୃତ ନଗରୀ ମାରିୟୁପୋଲ୍ରେ ଥିବା ଏସିଆର ସର୍ବବୃହତ୍ ଇସ୍ପାତ କାରଖାନାରୁ ଶନିବାର ଦିନ କେତେକ ପିଲାଙ୍କ ସମେତ ଅନ୍ୟୂନ ୨୦ଜଣ ବେସାମରିକ ନାଗରିକଙ୍କୁ ସ୍ଥାନାନ୍ତର କରାଯାଇଛି। ରୁଷୀୟ ସେନାଙ୍କ ପ୍ରଚଣ୍ଡ ଆକ୍ରମଣରେ ‘ଆଜୋଭ୍ସ୍ତଲ୍ ଇସ୍ପାତ କାରଖାନା’ ବିଧ୍ବସ୍ତ ହୋଇଯାଇଛି।
କାରଖାନା ଉପରେ ହେଉଥିବା ଆକ୍ରମଣକୁ ପ୍ରତିରୋଧ କରୁଥିବା ଆଜୋଭ୍ ରେଜିମେଣ୍ଟ୍ର ୟୁକ୍ରେନୀୟ ଯୋଦ୍ଧାମାନେ କହିଛନ୍ତି, ୨୦ଜଣ ସାଧାରଣ ନାଗରିକ କାରଖାନାରୁ ବାହାରିଯାଇଛନ୍ତି। ସେମାନେ ସମ୍ଭବତଃ ଜାପୋରିଝଝିଆ ନଗରୀକୁ ଯାଇଛନ୍ତି।
Image Courtesy of NY Timesରୁଷ୍ର ‘ତାସ୍ ନିଉଜ୍ ଏଜେନ୍ସି’ ମଧ୍ୟ ଏ ସଂକ୍ରାନ୍ତରେ ରିପୋର୍ଟ କରି କହିଛି ଯେ, ୨୫ରୁ ଊର୍ଦ୍ଧ୍ବ ସାଧାରଣ ନାଗରିକଙ୍କୁ ଇସ୍ପାତ କାରଖାନାରୁ ସ୍ଥାନାନ୍ତର କରାଯାଇଛି।
ଜାତିସଂଘ ଯୋଜନାମତେ ସ୍ଥାନାନ୍ତରଣ କାର୍ଯ୍ୟ ଚାଲିଥିଲେ ବି ଶନିବାର ଦିନ ହୋଇଥିବା ସ୍ଥାନାନ୍ତରଣ ଜାତିସଂଘ ନେତୃତ୍ବରେ ହୋଇଥିଲା କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ସ୍ଥାନାନ୍ତରଣ କରାଯାଇଥିବା ନାଗରିକମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ତୁରନ୍ତ କୌଣସି ସବିଶେଷ ବିବରଣୀ ମିଳିନାହିଁ।
କିନ୍ତୁ, ସ୍ଥାନାନ୍ତରଣ ହେବା ଘଟଣାଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କୁହାଯାଉଛି, ‘ଆଜୋଭସ୍ତାଲ୍’ ଇସ୍ପାତ କାରଖାନା ତଳେ ଥିବା ବିଶାଳ ସୁଡ଼ଙ୍ଗ ନେଟ୍ୱାର୍କ ଭିତରେ ଅସଂଖ୍ୟ ସାଧାରଣ ନାଗରିକ ଆଶ୍ରୟ ନେଇଥିବା ବିଶ୍ବାସ କରାଯାଉଛି। ସେମାନଙ୍କ ପରିସ୍ଥିତି ଅତି କଦର୍ଯ୍ୟ ବୋଲି କୁହାଯାଉଛି। ସେମାନଙ୍କୁ ସ୍ଥାନାନ୍ତର କରିବା ଲାଗି ପୂର୍ବରୁ କରାଯାଇଥିବା ଉଦ୍ୟମ ବ୍ୟର୍ଥ ହୋଇଥିଲା।
Follow Us