ସର୍ବକାଳୀନ ରେକର୍ଡ: ଆଇପିଏଲ୍‌ ୨୦୨୦ର ଉଦ୍‌ଘାଟନୀ ମ୍ୟାଚ୍‌କୁ ଦେଖିଲେ ବିଶ୍ୱର ୨୦ କୋଟି ଦର୍ଶକ

Advertisment
ସର୍ବକାଳୀନ ରେକର୍ଡ: ଆଇପିଏଲ୍‌ ୨୦୨୦ର ଉଦ୍‌ଘାଟନୀ ମ୍ୟାଚ୍‌କୁ ଦେଖିଲେ ବିଶ୍ୱର ୨୦ କୋଟି ଦର୍ଶକ

CricInfo

ନୂଆଦିଲ୍ଲୀ: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ, ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଇଭେଣ୍ଟ ଆଇପିଏଲ୍‌ ୨୦୨୦ ଗତ ସେପ୍ଟେଟର ୧୯ରୁ ୟୁଏଇରେ ଆରମ୍ଭ ହୋଇ ଯାଇଛି। ନୋଭେଲ କରୋନାଭାଇରସ୍‌ ବା କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଅନେକ ବିଳମ୍ବ ପରେ, ବିସିସିଆଇ ଶେଷରେ ଆଇପିଏଲ୍‌-୨୦୨୦ ପାଇଁ ଗଲ୍‌ଫ ରାଷ୍ଟ୍ରକୁ ଏକ ସମ୍ଭାବ୍ୟ ବିକଳ୍ପ ଭାବରେ ଚିହ୍ନଟ କରିଥିଲା। କ୍ରିଡ଼ାପ୍ରେମୀ ଦର୍ଶକ ଓ ପ୍ରଶଂସକମାନେ ମଧ୍ୟ ଚଳିତ ବର୍ଷର ଆଇପିଏଲ୍‌-୨୦୨୦କୁ ଉତ୍ସାହର ସହିତ ଅପେକ୍ଷା କର ରହିଥିଲେ।
ରିପୋର୍ଟ ଅନୁଯାୟୀ ଗତ ୧୯ ତାରିଖରେ ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ମୁମ୍ବାଇ ଇଣ୍ଡିଆନ୍‌ସ ମଧ୍ୟରେ ଖେଳା ଯାଇଥିବା ଆଇପିଏଲ୍‌ ୨୦୨୦ ଓପନର୍‌ ବା ଉଦ୍‌ଘାଟନୀ ମ୍ୟାଚ୍‌ ଦେଖିବା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପ୍ରାୟ ୨୦ କୋଟି ଦର୍ଶକ ନିଜ ନିଜର ଟିଭିକୁ ଟ୍ୟୁନ୍‌ କରିଥିଲେ। କୌଣସି ଦେଶର କ୍ରୀଡ଼ା ଲିଗ୍‌ ପାଇଁ ଏହାର ସର୍ବପ୍ରଥମ ଉଦଘାଟନୀ ମ୍ୟାଚ୍‌କୁ ଏତେ ସଂଖ୍ୟକ ଦର୍ଶକ ଟିଭି ଏବଂ ଡିଜିଟାଲ୍‌ ପ୍ଲାଟଫର୍ମରେ ଦେଖିବା ହେଉଛି ଏକ ସର୍ବକାଳୀନ ରେକର୍ଡ।

ସେଥିପାଇଁ ଭାରତ ଏବଂ ବିଶ୍ୱର ଦର୍ଶକମାନଙ୍କୁ ଧନ୍ୟବାଦ ଦେବା ସହ ଡ୍ରିମ୍‌ ୧୧ ଆଇପିଏଲ୍‌ ପାଇଁ ଏହା ଏକ ସ୍ୱପ୍ନର ଆରମ୍ଭ ବୋଲି ଆଇପିଏଲ୍‌ର ଅଫିସିଆଲ୍‌ ଟ୍ଵିିଟର ଆକାଉଣ୍ଟ ଟ୍ଵିିଟ୍‌ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe