କାବୁଲ: ମଦ୍ରାସାରେ ବିସ୍ଫୋରଣ, ୨୦ ମୃତ

କାବୁଲ: ମଦ୍ରାସାରେ ବିସ୍ଫୋରଣ, ୨୦ ମୃତ

hindustan times

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମଦ୍ରାସାରେ ବୋମା ବିସ୍ଫୋରଣ ହୋଇଛି। ଏହି ଘଟଣାରେ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। କିନ୍ତୁ ତାଲିବାନ ଗୁପ୍ତଚର ସଂସ୍ଥାର ଜନୈକ ଅଧିକାରୀ କହିଛନ୍ତି ଯେ, ବିସ୍ଫୋରଣ ସ୍ଥଳକୁ ଯାଞ୍ଚ କରାଯାଉଛି। ମୃତ ଓ ଆହତଙ୍କ ଭିତରେ ୩୫ ଲୋକ ଥିବା ଅନୁମାନ କରାଯାଉଛି। କାବୁଲ ନିରାପତ୍ତା ସଂସ୍ଥାର ମୁଖପାତ୍ର ଖାଲେଦା ଜାଦ୍ରାନ କହିଛନ୍ତି ଯେ, ବୁଧବାର ସନ୍ଧ୍ୟାରେ କାବୁଲର ଉତ୍ତର ପଶ୍ଚିମାଞ୍ଚଳରେ ଥିବା କୋଟାଲ ଇ ଖାଇର ଖାନା ନିକଟ ଏକ ମଦ୍ରାସାରେ ପ୍ରାର୍ଥନା ଚାଲିଥିବାବେଳେ ଏହି ବିସ୍ଫୋରଣ ଘଟିଛି।

ତେବେ ଏଥିରେ ୪୦ ଜଣ ଗୁରୁତର ହୋଇଥିବା ଅନୁମାନ କରାଯାଉଛି। ନିରାପତ୍ତା ରକ୍ଷୀମାନେ ସେଠାରେ ପହଞ୍ଚି ମୃତ ଓ ଆହତଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ରାତି ୧୧ଟା ସୁଦ୍ଧା ନିଜକୁ ଦାୟୀ କରିନାହାନ୍ତି। କାବୁଲରେ ଅଧିକାଂଶ ସମୟରେ ଏଭଳି ଭୟାନକ ଆତ୍ମଘାତି ବିସ୍ଫୋରଣ ହେଉଥିବା ଗଣମାଧ୍ୟମରୁ ସୂଚନା ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe