ଘରେ ପଶି ୩ଟି ବତକକୁ ଖାଇଯିବା ପରେ ୨୦ ଫୁଟ୍‌ର ଅଜଗରକୁ ଦେଖିଲେ ବତକ ପାଳକ

Advertisment
ଘରେ ପଶି ୩ଟି ବତକକୁ ଖାଇଯିବା ପରେ ୨୦ ଫୁଟ୍‌ର ଅଜଗରକୁ ଦେଖିଲେ ବତକ ପାଳକ

Zee News

କୋଲକାତା: ପଶ୍ଚିମବଙ୍ଗର ଜଲପାଇଗୁରି ଜିଲ୍ଲାର ବନ୍ୟ ରେଞ୍ଜର ଏକ ୨୦ ଫୁଟ୍‌ ଲମ୍ବର ଅଜଗରକୁ ଉଦ୍ଧାର କରିଛନ୍ତି। ଅଜଗରଟି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ପଶି ତାଙ୍କ ବତକ ଖାଉଥିବା ବେଳେ ଧରା ପଡ଼ିଥିବା ଜାଣିବାକୁ ମିଳିଛି। ଘଟଣାଟି ମଙ୍ଗଳବାର ଭୋରୁ କୁମଲି ଗ୍ରାମ ପଞ୍ଚାୟତର ମାଲବଜାରଠାରେ ଘଟିଥିବା ସୂଚନା ରହିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁୁ ଜାଣିବାକୁ ମିଳିଛି ଯେ ଅଜଗରଟି ସ୍ଥାନୀୟ ବାସିନ୍ଦା ବିଷ୍ଣୁ ରାୟ ପାଳିିଥିବା କୁକୁଡ଼ା ଏବଂ ବତକ ଘରେ ପଶି ବତକ ଖାଇବା ଆରମ୍ଭ କରିଥିଲା। ବିଷ୍ଣୁଙ୍କ ଘର କାନ୍ଥକୁ ଲାଗି ସେ ପାଳିଥିବା କୁକୁଡ଼ା ଓ ବତକ ଘର ରହିଛି। ଅଚାନକ ବିଷ୍ଣୁ ସକାଳୁ ବତକ ରାବ ଶୁଣିବାକୁ ପାଇଲେ। ବତକଟି ଖୁବ୍ ଜୋର୍‌ ରାବ ଛାଡ଼ିବାରୁ ସେ ପାଖକୁ ଯାଇ ଦେଖନ୍ତି ତ ଏକ ୨୦ ଫୁଟ୍‌ ଲମ୍ବର ଅଜଗର ଏକ ବତକକୁ ତା ପାଟିରେ ପୂରେଇଛି।

publive-image Zee News

ବିଷ୍ଣୁ ସେଠାକୁ ଯାଇ ଦେଖିଲା ବେଳକୁ ଅଜଗରଟି ସେବେ ସୁଦ୍ଧା ପ୍ରାୟ ୩ଟି ବତକକୁ ଖାଇ ସାରିଥାଏ। ବିଷ୍ଣୁ ଅଜଗରକୁ ଦେଖିବା ପରେ ତୁରନ୍ତ ଜଙ୍ଗଲ ବିଭାଗୀୟ କର୍ମୀଙ୍କୁ ସୂଚନା ଦେଲେ। ଖବର ପାଇ ମାଲବଜାର ଜଙ୍ଗଲ ବିଭାଗର ଏକ ଦଳ ଆସି ଘଟଣାସ୍ଥଳରେ ପହଞ୍ଚି ଥିଲେ। ରେଞ୍ଜର ବିଭୂତି ରଞ୍ଜନ ଦାସ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ସାପଟିକୁ ବିଷ୍ଣୁ ରାୟଙ୍କ ଘରୁ ଉଦ୍ଧାର କରାଯାଇ ଚାପାମାରି ଜଙ୍ଗଲକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe