ବାଇଡେନ୍‌-ହ୍ୟାରିସ୍‌ ପ୍ରଶାସନରେ ସାମିଲ ହେବେ ୨୦ଜଣ ଭାରତୀୟ-ଆମେରିକୀୟ

ବାଇଡେନ୍‌-ହ୍ୟାରିସ୍‌ ପ୍ରଶାସନରେ ସାମିଲ ହେବେ ୨୦ଜଣ ଭାରତୀୟ-ଆମେରିକୀୟ

Image Courtesy of NDTV

ଓ୍ଵାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ ଅନ୍ୟୂନ ୨୦ଜଣ ଭାରତୀୟ-ଆମେରିକୀୟଙ୍କୁ ତାଙ୍କ ପ୍ରଶାସନର ପ୍ରମୁଖ ପଦବୀ ପାଇଁ ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ୧୩ଜଣ ମହିଳା। ମନୋନୀତ ୨୦ ଜଣଙ୍କ ମଧ୍ୟରୁ ପ୍ରାୟ ୧୭ଜଣ ହ୍ଵାଇଟ୍‌ ହାଉସ୍‌ ପରିସରର କ୍ଷମତାସମ୍ପନ୍ନ ପଦବୀରେ ଅବସ୍ଥାପିତ ହେବେ।

ମନୋନୀତ ହୋଇଥିବା ଭାରତୀୟ-ଆମେରିକୀୟଙ୍କ ତାଲିକାର ଶୀର୍ଷରେ ଅଛନ୍ତି ନୀରା ତାନ୍ଦେନ୍‌। ସେ ହ୍ଵାଇଟ୍‌ ହାଉସ୍‌ ଅଫିସ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ୍‌ ଆଣ୍ଡ୍‌ ବଜେଟ୍‌’ର ନିର୍ଦେଶିକା ଭାବେ ମନୋନୀତ ହୋଇଛନ୍ତି। ୟୁଏସ୍‌ ଜେନେରାଲ୍‌ ସର୍ଜନ୍‌ ଭାବେ ମନୋନୀତ ହୋଇଛନ୍ତି ଡାକ୍ତର ବିବେକ ମୂର୍ତ୍ତି।

publive-image Neera Tanden Image Courtesy of The Times of India

ବିଚାର ବିଭାଗର ସହକାରୀ ଆଟର୍ଣ୍ଣି ଜେନେରାଲ୍‌ ଭାବେ ମନୋନୀତ ହୋଇଛନ୍ତି ବନୀତା ଗୁପ୍ତ। ସାଧାରଣ ନାଗରିକ ସୁରକ୍ଷା, ଗଣତନ୍ତ୍ର ଏବଂ ମାନବ ଅଧିକାର ଅଣ୍ଡର୍‌ ସେକ୍ରେଟେରି ଭାବେ ମନୋନୀତ ହୋଇଛନ୍ତି ଉଜ୍‌ରା ଜେୟା।

ଭବିଷ୍ୟତର ଫାଷ୍ଟ୍‍ ଲେଡି ଜିଲ୍‌ ବାଇଡେନ୍‌ଙ୍କର ପଲିସି ଡାଇରେକ୍ଟର୍‌ ଭାବେ ନିଯୁକ୍ତ ହୋଇଛନ୍ତି ମାଳା ଆଦିଗା। ଜିଲ୍‌ଙ୍କ କାର୍ଯ୍ୟାଳୟର ଡିଜିଟାଲ୍‌ ଡାଇରେକ୍ଟର୍‌ ହେବେ ଗରିମା ବର୍ମା ଏବଂ ଡେପୁଟି ପ୍ରେସ୍‌ ସେକ୍ରେଟେରି ହେବେ ସର୍ବିଣା ସିଂହ।

ଏମାନଙ୍କ ବ୍ୟତୀତ, ଆଶିଷ ଶାହା, ସମୀରା ଫଜିଲି, ଭରତ ରାମମୂର୍ତ୍ତି, ଗୌତମ ରାଘବନ, ବିନୟ ରେଡ୍ଡୀ, ବେଦାନ୍ତ ପଟେଲ, ତରୁଣ ଛାବ୍ରା, ସୁମନା ଗୁହା, ଶାନ୍ତି କଲତିଲ, ସୋନିଆ ଅଗ୍ରଓ୍ଵାଲ୍‌, ବିଦୁର ଶର୍ମା, ନେହା ଗୁପ୍ତ ଏବଂ ରୀମା ସିଂହଙ୍କ ଭଳି ଭାରତୀୟ-ଆମେରିକୀୟମାନେ ମଧ୍ୟ ବାଇଡେନ୍‌ଙ୍କ ପ୍ରଶାସନର ପ୍ରମୁଖ ଅଂଶ ହେବାକୁ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe