୨୦ ଭାରତୀୟ ଧୀବରଙ୍କୁ ପାକିସ୍ତାନ ଖଲାସ କଲା

୨୦ ଭାରତୀୟ ଧୀବରଙ୍କୁ ପାକିସ୍ତାନ ଖଲାସ କଲା

PTI

ନୂଆଦିଲ୍ଲୀ: ୨୦ ଭାରତୀୟ ଧୀବରଙ୍କୁ ପାକିସ୍ତାନ ଖଲାସ କରିଛି। ୫ ବର୍ଷ ତଳେ ଗୁଜୁରାଟର ପ୍ରାୟ ୨୦ ଧୀବର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ହେଲେ ପାକିସ୍ତାନର ସାମୁଦ୍ରିକ ପଥ ଅତିକ୍ରମ କରିଯିବା ପରେ ସେଠାକାର ତଟରକ୍ଷା ବାହିନୀ ହାତରେ ଧରାପଡିଥିଲେ। ଗୋଟିଏ ଦେଶର ସୀମା ଅତିକ୍ରମ କରି ବେଆଇନ ଭାବେ ମାଛ ମାରୁଥିବା ଅଭିଯୋଗରେ ସେଠାକାର ଅଦାଲତ ସେମାନଙ୍କୁ ୫ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ଫଳରେ ସେମାନଙ୍କୁ କରାଚିରେ ଥିବା ମାଲିର ଜିଲ୍ଳା ଜେଲରେ ରଖାଯାଇଥିଲା।

ତେବେ ୫ବର୍ଷ ସଜା କାଟିବା ପରେ ସେମାନଙ୍କୁ ରବିବାର ଛାଡ କରାଯାଇଥିଲା। ସେମାନେ ଛାଡ ପାଇଲା ପରେ ଏକ ସ୍ବତନ୍ତ୍ର ବସରେ ସେମାନଙ୍କୁ ଲାହୋର ଅଣାଯାଇଥିଲା। ସେଠାରୁ ୱାଘା ବୋର୍ଡର ଦେଇ ସୋମବାର ସେମାନଙ୍କୁ ଭାରତକୁ ପଠାଇ ଦିଆଯାଇଥିଲା ଧୀବରଙ୍କ ପିଛା ୫ ହଜାର ଟଙ୍କା ଓ ନୂଆ ବସ୍ତ୍ର ସହିତ କିଛି ଖାଦ୍ୟ ବି ଦିଆଯାଇଥିଲା ବୋଲି ବୈଦେଶିକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe